ଗଛକୁ ପିଟିଲା ବାଇକ, ଚାଳକ ମୃତ

ଲୋଇସିଂହା: ଲୋଇସିଂହା ଥାନା କନ୍ଦାଜୁରୀ ଛକରେ ମଙ୍ଗଳବାର ସକାଳେ ଜଣେ ବାଇକ୍‍ ଚାଳକ ଗଛକୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ନିତେଶ କୁମାର ବାଗ(୩୦)ଙ୍କ ଘର ନିକଟସ୍ଥ କୁଟେନପାଲି ଗାଁରେ। ନିତେଶ କରକଚିଆ ଛକରୁ ନିଜ ଗାଁକୁ ବାଇକରେ ଫେରୁଥିବା ବେଳେ କନ୍ଦାଜୁରୀ ନିକଟରେ ନିୟନ୍ତ୍ରଣ ହରାଇ ଗଛକୁ ପିଟିବା ସହ ସେ ବିଲକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଲୋଇସିଂହା ଦମକଳ ବାହିନୀ ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଲୋଇସିଂହା ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Comments are closed.