ବାଇକ ଦୁର୍ଘଟଣାରେ ଗୁରୁତର ଆନନ୍ଦଙ୍କ ମୃତ୍ୟୁ

ଜି.ଉଦୟଗିରି: ଗୁରୁବାର ବିଳମ୍ବିତ ରାତିରେ ଫୁଲବାଣୀ ପଟୁ ଆନନ୍ଦ ପ୍ରଧାନ ମଟର ସାଇକେଲ ନଂ ଓଆର ୦୭ ଏମ ୮୨୭୪ ରେ କଳିଙ୍ଗା ଆସୁଥିବା ବେଳେ ଗଦିଙ୍ଗିଆ ଛକଠାରେ ଫଛପଟୁ ଅନ୍ୟ ଏକ ବାଇକ ନଂ ଓଆର ୧୨ ବି ୨୯୬୬ ଆନନ୍ଦର ବାଇକକୁ ଧକ୍କା ଦେବା ଫଳରେ ଆନନ୍ଦ ଛିଟିକି ପଡିଥିଲେ। ଗୁରୁତର ଆନନ୍ଦକୁ ପ୍ରଥମେ କଳିଙ୍ଗା ଡାକ୍ତରଖାନାରେ ଚିକିତ୍ସା କରାଯାଇ ଫୁଲବାଣି ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ବ୍ରହ୍ମପୁର, ପରେ କଟକ ନେବାବେଳେ ରାସ୍ତାରେ ମୂତ୍ୟୁ ଘଟିଥିବା ଜଣାପଡିଛି। ଏ ନେଇ ଆନନ୍ଦର ସମ୍ପର୍କୀୟ ମନୋଜ ଜି.ଉଦୟଗିରି ଥାନାରେ ଆଜି ଏତଲା ଦେଇଥିବା ଜଣାପଡିଛି। ଉକ୍ତ ଏତଲାକୁ ଭିତ୍ତି କରି ଜି.ଉଦୟଗିରି ପୋଲିସ କେସ୍ ନଂ ୫୪/୨୧ ଦଫା ୨୭୯,୩୦୪(ଏ)ରେ ଏକ ମାମଲା ରୁଜୁ କରି ଦୁଇ ବାଇକ କୁ ଜବତ କରିବା ସହ ଶବ ବ୍ୟବଛେଦ କରି ପରିବାର ବର୍ଗକୁ ହସ୍ତାନ୍ତର କରିଥିବା ନେଇ ଜି.ଉଦୟଗିରି ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ମୃତ ଆନନ୍ଦ ଜଣେ ସାପ୍ତାହିକ ଖବରକାଗଜର ଜି.ଉଦୟଗିରି ବ୍ଳକ ପ୍ରତିନିଧି ଥିଲେ ବୋଲି ଜଣାପଡିଛି।

Comments are closed.