ପଣସ ଗଛରୁ ଖସିପଡ଼ି ଜଣେ ମୃତ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସରାସପଶି ପଞ୍ଚାୟତ ଭାଲୁକିପତଳା ଗ୍ରାମର ଅନାମ ମୁଣ୍ଡାରୀ (୪୦) ନାମକ ଜଣେ ବ୍ୟକ୍ତି ପଣସ ଗଛରେ ଚଢି ଛେଳି ଖାଇବା ପାଇଁ ଡାଳ ଭାଙ୍ଗୁ ଥିବା ବେଳେ ସେ ଗଛରୁ ଖସିପଡ଼ି ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ଅନାମ ପ୍ରାଣ ହରାଇଛନ୍ତି। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଭାଲୁକିପତଳା ଗ୍ରାମକୁ ଯାଇ ମୃତଦେହକୁ ଜବତ କରିଛନ୍ତି। ଆସନ୍ତା କାଲି ମୃତକର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Comments are closed.