ଜାପାନରେ କୁକୁର ପରି ଦେଖାଯିବାକୁ ଜଣେ ବ୍ୟକ୍ତି ଖର୍ଚ୍ଚ କଲେ ୧୨ ଲକ୍ଷ -ଦେଖନ୍ତୁ ଭିଡିଓ

ଟୋକିଓ – ସୁନ୍ଦର ଦେଖାଯିବା ପାଇଁ ଅନେକ ବିଭିନ୍ନ ପ୍ରକାରର ପ୍ରାସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି । କେହି କେହି ବି ପ୍ଲାଷ୍ଟିକ ସର୍ଜରୀ କରି ଥାଆନ୍ତି । ମାତ୍ର ଏପରି କିଛି ଲୋକ ଅଛନ୍ତି ଜୀବ ଜନ୍ତୁ ପରି ଦେଖାଯିବା ପାଇଁ ଚେଷ୍ଟା କରିଥାଆନ୍ତି ।

ପୂର୍ବରୁ କୁମ୍ଭୀର ଏବଂ ଚିତାବାଘ ପାଇଁ ଦେଖାଯିବାକୁ ଶରୀରର ବିଭିନ୍ନ ଅଂଶରେ ପ୍ଲାଷ୍ଟିକ ସର୍ଜରୀ କରିଥିବା ଲୋକଙ୍କ କଥା ଜାଣିଥିବେ । ଏବେ ଜାପାନର ଜଣେ ବ୍ୟକ୍ତି କୁକୁର ପରି ଦେଖାଯିବା ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାପରେ ସେ ଠିକ୍‌ କୁକୁର ପରି ଆଚାର ବ୍ୟବହାର କରୁଥିବାର ଭିଡିଓ ଏବଂ ଫଟୋକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି ।

ପ୍ରଥମେ ଦେଖିଲେ ଆପଣ ସତ କୁକୁର ବୋଲି ଭାବି ଦେଇ ପାରନ୍ତି। ମାତ୍ର ପରେ ନୀରିକ୍ଷଣ କଲେ ଆପଣ ବ୍ୟକ୍ତି ଜଣଙ୍କ କୁକୁର ପରି ବ୍ୟବହାର କରୁଥିବା ଜାଣିବା ପାଇଁ ପାଇବେ । ଜାପାନର ଟୋକୋ ନାମକ ବ୍ୟକ୍ତି ପିଲାବେଳୁ କୁକୁର ପରି ଦେଖାଯିବା ପାଇଁ ଚାହିଁଥିଲେ ।

ସେ ବଡ ହେଲା ପରେ ଠିକ୍‌ ଅବିକଳ କୁକୁର ପରି ଦେଖାଯିବାକୁ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅବିକଳ କୁକୁର ଖୋଳପା ତିଆରି କରିଛନ୍ତି । ଏହାକୁ ପିନ୍ଧି ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ସେୟାର କରିଛନ୍ତି ।

Comments are closed.