ଆଇଜିଏଚରେ ବ୍ୟକ୍ତିଙ୍କ ମୃତ୍ୟୁ

ଡେଙ୍ଗୁ କାରଣରୁ ମୃତ୍ୟୁ ନେଇ କରାଯାଉଛି ସନ୍ଦେହ

ରାଉରକେଲା : ଇସ୍ପାତ ଜେନେରାଲ ହସ୍ପିଟାଲରେ ପ୍ରାକ୍ତନ ଆରଏସପି କର୍ମଚାରୀ ଧରଣୀଧର ପଟେଲ (୬୩) ମୃତ୍ୟୁ ବରଣ କରିଛନ୍ତି । ରକ୍ତ ସର୍କରା (ଡ଼ାଇବିଟିସ) ଓ ରକ୍ତଚାପ ତଥା ହୃତରୋଗ ସମସ୍ୟା ପାଇଁ ସେ ପ୍ରଥମେ ସିଡବ୍ଲୁଏସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଡେଙ୍ଗୁ ଆକ୍ରାନ୍ତ ଜଣା ପଡିବାରୁ ଆଇଜିଏଚକୁ ତାଙ୍କୁ ଅଣା ଯାଇଥିଲା । ୩ ଦିନ ମଧ୍ୟରେ ତାଙ୍କ ମୃତ୍ୟୁ ହୋଇଛି । ସ୍ବର୍ଗତ ପଟେଲ ସେକଟର -୧୯ରେ ରହୁଥିଲେ । ଡେଙ୍ଗୁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଏଯାଏଁ ପ୍ରମାଣିତ ହୋଇନଥିବା ବେଳେ ଡେଙ୍ଗୁ ମୃତ୍ୟୁ ପ୍ରମାଣିତ ହେଲେ ଏହା ଜିଲ୍ଲାର ପ୍ରଥମ ଘଟଣା ହେବ ବୋଲି ସିଡ଼ିଏମଓ କହିଛନ୍ତି ।

Comments
Loading...