ସମ୍ପର୍କୀୟ ଭାଇଙ୍କ ଦେହରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ, ଯୁବକଙ୍କୁ କୋର୍ଟ ଚାଲାଣ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଚନାବେଡା ଗ୍ରାମରେ ଜଣେ ସମ୍ପର୍କୀୟ ଭାଇଙ୍କ ଦେହରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାମତେ ଚନାବେଡା ଗ୍ରାମର ଉଭୟ ସମ୍ପର୍କୀୟ ଭାଇ ପର୍ଶୁରାମ ବେହେରା ଏବଂ ସଞ୍ଜୟ ବେହେରାଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ମତାନ୍ତର ରହିଥିଲା। ହେଲେ ଗତ ୨୨ ତାରିଖ ଦିନ ଚନାବେଡା ଗ୍ରାମ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ନିକଟରେ ସଞ୍ଜୟ ବେହେରା ଉତ୍ୟକ୍ତ ହୋଇ ପର୍ଶୁରାମ ବେହେରାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପର୍ଶୁରାମ ବେହେରା ଖଡିଆଳ ଥାନାରେ ଅଭିଯୋଗ ପରେ ପୁଲିସ ୨୭୪/୨୦୨୦ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସଞ୍ଜୟ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

Comments are closed.