ମହିଳାଙ୍କୁ ମାଡ ମାରି ଜଣେ ଗିରଫ

ବୁଗୁଡ଼ା : ବୁଗୁଡା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ଜଣେ ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ବୁଗୁଡ଼ା ପୁଲିସ ଜଣକୁ ଗିରଫ କରିଥିବା ଜଣାପଡିଛି। ଗିରଫ ଜଣକ ହେଲେ କୁଆନଳା ଗ୍ରାମର କାଳୁ ଦଳେଇ ।

ମହିଳାଙ୍କ ଅଭିଯୋଗ ପ୍ରକାରେ, ବୁଗୁଡା ଥାନାରେ କେସ୍ ନଂ ୮/୨୧ ରେ ଏକ ମାମଲା ରୁଜୁ ହୋଇଛି। ମହିଳାଜଣକ କିଛି କାଠ ଧରି କୁଆନଳା ଆସୁଥିବା ବେଳେ ଉକ୍ତ ଗ୍ରାମର କାଳୁ ମହିଳା ଜଣଙ୍କୁ ଅଟକାଇ ଆମ୍ବ ତୋଟାରୁ କାଠ ଆଣିଛୁ ବୋଲି କହି ଗାଳି ଗୁଲଜ ସହ ମାଡ ମାରିଥିଲେ । ଏନେଇ ମହିଳାଜଣକ ଥାନାରେ ଅଭିଯୋଗ କରିଥିଲେ।

Comments
Loading...