ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ କୁଚିଣ୍ଡା ବନ୍ଦ

କୁଚିଣ୍ଡା: ବହୁ ଚର୍ଚ୍ଚିତ କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ତଦନ୍ତ ସିବିଆଇ ଓ ଏହି ମାମଲାରେ ସଂପୃକ୍ତ ରହିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆଜି ବିଜେପି ପକ୍ଷରୁ କୁଚିଣ୍ଡା ବନ୍ଦ ପାଳନ କରାଯାଇଥିଲା। ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ମୁଖ୍ୟ ଜାତୀୟ ରାଜପଥ ସମେତ ମୁଖ୍ୟ ସଡକଗୁଡିକୁ ଅବରୋଧ କରି ରଖିବାରୁ ସମସ୍ତ ଯାନାବାହାନ ଚଳାଚଳ ବନ୍ଦ ରହିଥିଲା। ସହରର ସମସ୍ତ ଦୋକାନବଜାର ସମେତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ଆନ୍ଦୋଳନକାରୀ ପିକେଟିଂ କରିଥିଲେ।

 

ଆନ୍ଦୋଳନକାରୀ ମାନେ ନୂତନ ବାଇପାସ ରାସ୍ତା, ବାନ୍ଦୁବାସ ଛକ, କୁସୁମୀ ରାସ୍ତା, ବାମରା ରାସ୍ତା ଆଦିରେ ଆନ୍ଦୋଳନ କରିବାରୁ ଯାତ୍ରୀବାହୀ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ମାଲବାହୀ ଟ୍ରକ ଗୁଡିକ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ଆଜିର ଆନ୍ଦୋଳନରେ ବିଜେପି ନେତା ବୃନ୍ଦାବନ ମାଝୀ, ସହରୀ ମଣ୍ଡଳ ସଭାପତି କାହ୍ନୁ ଚରଣ ନାଏକ, ଜିଲା ସଂପାଦକ ସୁଶିଲ କର, ଜିଲା ପରିଷଦ ସଭ୍ୟା ଲିଲିମା କାଲୋ, ପୂର୍ବତନ କାଉନସିଲର ଅନୁପମା ନାଏକ, ଯୁବମୋର୍ଚ୍ଚାର ମହେଶ ରାୟ, ବିରବଲ ରୋହିଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Comments are closed.