ମୋଦୀଙ୍କୁ ମମତାଙ୍କ ଚିଠି; ପଶ୍ଚିମବଙ୍ଗରେ ସମସ୍ତଙ୍କୁ ମାଗଣା ଟିକା ଦେବାକୁ କଲେ ଦାବି

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଜୋରସୋର ଉଦ୍ୟମ ଚଳାଇଛନ୍ତି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଜ୍ୟରେ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବାକୁ ଦାବି କରିଛନ୍ତି।

ମମତା ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ନିର୍ବାଚନ ଏବଂ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଟିକାକରଣ କରାଯିବା ଦରକାର। ତେବେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯାଉ ବୋଲି ପଶ୍ଚିମବଙ୍ଗ ସରକାର ଚାହୁଁଛନ୍ତି ବୋଲି ଚିଠିରେ ଲେଖିଛନ୍ତି।

ରାଜ୍ୟ ସରକାର ମାଗଣାରେ ଟିକାକରଣ କରିବା ଲାଗି ବହୁ ସଂଖ୍ୟକ ଲୋକଙ୍କ ପାଇଁ ଟିକା କିଣିବାକୁ ଚାହୁଁଛନ୍ତି। ଏ ଦିଗରେ ସ୍ବତନ୍ତ୍ର ଭାବେ ସହାୟତା କରିବାକୁ ମମତା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଟିକା କିଣିବା ପାଇଁ ମମତା କେନ୍ଦ୍ରଠାରୁ ତଥ୍ୟ ମାଗିଛନ୍ତି।

Comments are closed.