ମୋଦୀଙ୍କୁ ଭେଟିବେ ମମତା

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ସମ୍ଭବତଃ ସେ ଜୁଲାଇ ୨୫ରେ ଦିଲ୍ଲୀ ଯିବେ ଓ ସେଠାରେ ୫ଦିନ ରହିବେ। ଦିଲ୍ଲୀ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ମମତାଙ୍କ ସମ୍ପର୍କରେ ତିକ୍ତତା ଲାଗି ରହିଥିବାବେଳେ ସାକ୍ଷାତ୍‌ ନେଇ ଅନୁମତି ମିଳିବା ଉପରେ ସନ୍ଦେହ ରହିଛି। ମମତାଙ୍କ ଦିଲ୍ଲୀ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଣ ବିଜେପି ନେତାଙ୍କୁ ଭେଟିବା। ୨୦୨୪ ଲୋକସଭା ନିର୍ବାଚନରେ ଅଣ ବିଜେପି ମୋର୍ଚ୍ଚା ଗଠନର ସମ୍ଭାବନା ସୃଷ୍ଟି ହୋଇଥିବାବେଳେ ମମତା ଅଣ- ବିଜେପି ନେତାଙ୍କୁ ଭେଟିବେ।

ସଂସଦର ମୌସୁମି ଅଧିବେଶନ ଚାଲୁଥିବାରୁ ଏହି ସମୟରେ ଦିଲ୍ଲୀରେ ସବୁ ନେତାଙ୍କୁ ଭେଟିବା ମମତା ଉପଯୁକ୍ତ ସମୟ ମନେ କରିଛନ୍ତି। ଏହା ସହିତ ବିଧାନସଭା ନିର୍ବାଚନରେ ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ମମତା ଦିଲ୍ଲୀରେ ଭେଟିବାର କାର୍ଯ୍ୟକ୍ରମ ରହିଛି।

Comments are closed.