ପ୍ରତି ଦୁଇ ମାସରେ ଦିଲ୍ଲୀ ଯିବି: ମମତା

କଳକାତା: ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମକୁ ସଫଳ ବୋଲି ଦର୍ଶାଇଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ। ଏଥିସହିତ ଏଣିକି ସେ ନିୟମିତ ବ୍ୟବଧାନରେ; ପ୍ରତି ଦୁଇ ମାସରେ ଥରେ ଦିଲ୍ଲୀ ଗସ୍ତ କରିବେ ବୋଲି କହିଛନ୍ତି। ଶୁକ୍ରବାର ମମତା ୫ ଦିନିଆ ଦିଲ୍ଲୀ ଗସ୍ତ କରି କଲକାତା ଫେରିବା ପରେ ଫୋନ୍‌ ଯୋଗେ ଏନ୍‌ସିପି ମୁଖ୍ୟ ଶରଦ ପୱାରଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଯେ କୌଣସିମତେ ଦେଶର ଗଣତନ୍ତ୍ର ସୁରକ୍ଷିତ ରହିବା ନିତାନ୍ତ ଆବଶ୍ୟକ ବୋଲି ସେ ମତ ପୋଷଣ କରିଛନ୍ତି। ‘ଗଣତନ୍ତ୍ରର ସୁରକ୍ଷା-ଦେଶର ସୁରକ୍ଷା’ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ମମତା ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ସୋନିଆ ଗାନ୍ଧୀ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିଥିଲେ। ଏଥିମଧ୍ୟରେ ସେ ବିରୋଧୀ ଦଳଙ୍କୁ ଏକତ୍ର କରିବା ପ୍ରୟାସ କରିଥିଲେ।

Comments are closed.