ଜାତୀୟ ରଗବୀ ଦଳରେ ବିଦେଶ ଯିବେ ସାହାରପଡାର ଝିଅ ମାମା ନାଏକ

ପାଟଣା: ଜାତୀୟ ରଗବୀ ଦଳରେ ସାମିଲ ହୋଇ ବିଦେଶରେ ରଗବୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ସାହାରପଡାର ଝିଅ ମାମା ନାଏକ। ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଟଭାସରୁଆ ଖୁଞ୍ଚିବେଡା ସାହିର ଧ୍ରୁବଚରଣ ନାଏକଙ୍କ ଝିଅ ମାମା ନାଏକ ଭୁବନେଶ୍ୱରର କିସ ଅନୁଷ୍ଠାନରେ ରହି ଏବେ +୨ ପଢୁଥିବା ବେଳେ ସେ ରଗବୀ ଖେଳିବା ପାଇଁ ପ୍ରଶିକ୍ଷଣ ନେଉଥିଲେ। ନିକଟରେ ସେ ଜାତୀୟ ରଗବୀ ଦଳରେ ସାମିଲ ହୋଇ ସେପ୍ଟେମ୍ବର ୧୮ ଓ ୧୯ ରେ ଭଜବେକିସ୍ଥାନ ଯାଇ ସେଠାରେ ଆନ୍ତର୍ଜାତୀୟ ରଗବୀରେ ନିଜର ଦକ୍ଷତା ପ୍ରଦର୍ଶନର ସୁଯୋଗ ପାଇଛନ୍ତି।

ମାମା ଏବେ +୨ ପ୍ରଥମ ବର୍ଷରେ ଅଧ୍ୟୟନ କରିବା ସହ କ୍ରୀଡ଼ାରେ ସ୍ଵତନ୍ତ୍ର ରୁଚି ରଖିଛନ୍ତି। ପ୍ରଶିକ୍ଷକ ରାଜକିଶୋର ମୁର୍ମୁ ଓ ମୁନା ମୁର୍ମୁଙ୍କ ଠାରୁ ରଗବୀ ପ୍ରଶିକ୍ଷଣ କରି ସେ ଏହି ସଫଳତା ପାଇଛନ୍ତି। ମଫସଲର ଏକ ଗରିବ ପରିବାରରୁ ମାମାଙ୍କ ସଫଳତା ପାଇଁ ପାଟଣା ବିଧାୟକ ଜଗନ୍ନାଥ ନାଏକ ତାଙ୍କର ଶୁଭ କାମନା କରିଛନ୍ତି।

Comments are closed.