ଥମିନି ଶିଶୁ ପୁଷ୍ଟିହୀନତା : ମାଲକାନଗିରି ବ୍ଲକ ଅଂଚଳରେ ଏବେବି ୭୨ ଅପପୃଷ୍ଟି ଶିଶୁ ଚିହ୍ନଟ

ଗୋଟିଏ ପରିବାରର୨ଶିଶୁ ଅଜଣା ରୋଗରେ ପୀଡିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଷ୍ଟି ହିନତା ଅଭାବରେ ଏବେବି ବହୁ ଶିଶୁ ରୋଗଗ୍ରସ୍ତ ହେଉଥିବା ଦେଖା ଦେଇଛି। ଶିଶୁଙ୍କ ଅପପୁଷ୍ଟି ରୋକିବା ନିମନ୍ତେ ସରକାରଙ୍କ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସ୍ୱତନ୍ତ୍ର ଭାବେ ପୁଷ୍ଟି ସାଧନ କେନ୍ଦ୍ର ରହିଛି। ଏହୀ ବ୍ୟତୀତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ସମନ୍ୱିତ ଶିଶୁ ବିଭାଗ ଯୋଜନା ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିଚାଳିତହେଉଛି। ବିଭିନ୍ନ ଅଙ୍ଗନବାଡି ମାଧ୍ୟମରେ ଅପପୁଷ୍ଟି ରୋକିବା ନିମନ୍ତେ ବିଭିନ୍ନ ପୁଷ୍ଟିକର ଜାତୀୟ ଖାଦ୍ୟ, ସୁଶମ ରନ୍ଧା ଖାଦ୍ୟ ଏବଂ ଔଷଧ ପତ୍ର ପ୍ରଦାନ କରା ଯାଉଛି । ତଥାପି ଏପର୍ଯ୍ୟନ୍ତ ଜିଲ୍ଲାରେ ଅପପୁଷ୍ଟି ରୋକିବାରେ ବିଫଳତା ଦେଖା ଦେଇଛି।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଠାରୁ ଦୁଇ କିଲୋମିଟର ଦୂରରେ ଥିବା ତାରିଣୀ ମନ୍ଦିର ସାହିରେ। ଏହି ବସ୍ତିରେ ପ୍ରାୟ ୨୦ରୁ ଅଧିକ ପରିବାର ବସବାସ କରୁଥଇବା ବେଳେ ୮୦ରୁ ଅଧିକ ଲୋକ ରହୁଛନ୍ତି । ଏଠାରେ ବସବାସ କରୁଥିବା ଜୟ ସମରଥଙ୍କ ଦୁଇ ସନ୍ତାନ ଅପପୁଷ୍ଟିର ଶିକାର ହୋଇ ଅଜଣା ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳିଛି। ତାଙ୍କ କହିବା ଅନୁସାରେ ତାଙ୍କର ତିନୋଟି ସନ୍ତାନ ରହିଥିବା ବେଳେ ବଡ ସନ୍ତାନର ଅବସ୍ଥା ଠିକ୍ ରହିଛି ଏବଂ ଅନ୍ୟ ଦୁଇଟି ସନ୍ତାନ ମଧ୍ୟରେ କନ୍ୟା ସୁନିତା ସମରଥ (୭) ଏବଂ ପୁତ୍ର ଉଜ୍ୱଳ ସମରଥ (୫) ହୋଇଥିବା ବେଳେ ଜନ୍ମ ଠାରୁ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିଲ।। ଦୁଇବର୍ଷ ବିତିଗଲା ପରେ ଶରୀର ଅକର୍ମଣ୍ୟ ହୋଇଥିବା ଦେଖିବାକୁ ପାଇଥିଲେ।

ତାଙ୍କ କହିବା ଅନୁସାରେ ଦୁଇବର୍ଷ ପରଠାରୁ ବୟସ ଅନୁପାତରେ ଉଚ୍ଚତା ନ ବଢିବା ସହ ହାତ ଓ ଗୋଡ ଗୁଡିକ ଭିତରକୁ ମୋଡି ହେଇ ଯାଉଛି। ପିଞ୍ଜରା ହାଡ ବାହାରକୁ ବାହାରି ଯାଉଛି। ଯାହାଦ୍ୱାରା ଦୁଇ ଶିଶୁ ଚଲାବୁଲା କରିବାରେ ଅସୁବିଧା ହେଉଛି। ମାତ୍ର କେଇ ମିଟର ଚଲାବୁଲା କରିବା ପରେ ସ୍ୱାସରୁଦ୍ଧ ହୋଇ ପଡୁଛନ୍ତି। ଏହି ରୋଗ ସମ୍ବନ୍ଧରେ ମାଲକାନଗିରି ଶିଶୁ ବିଶେଷଜ୍ଞଙ୍କୁ ନିକଟରେ ଚିକିତ୍ସା କରାଇବା ପରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନାହିଁ। ଅଧିକ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଛି। ଏ ସମ୍ପର୍କରେ ଖବର ପାଇ ସାମାଜିକ ସଂସ୍ଥା ୟୁଥ୍ ଫର୍ ଏକ୍ସନ୍ ର କର୍ମୀ ବାଲାଜି ପଡାଲ, ଦିଲିପ ଦଣ୍ଡପାଟି, ଓ ଟିମ୍ ଅଜିତା ପକ୍ଷରୁ ସୁପ୍ରିୟା ଶଡଙ୍ଗି, ସଶ୍ମିତା ରାୟ ଆଦି ପହଂଚି ପରିବାରରୁ ସମସ୍ତ ବିଷୟ ପଚାରି ବୁଝିଥିଲେ। ଏମାନଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅବଗତ କରିବେ ବୋଲି ପ୍ରତିଶୃତି ଦେଇଥଇଲେ। ସୂଚନା ଯୋଗ୍ୟ ଯେ, ମାଲକାନଗିରି ପୁଷ୍ଟି ସାଧନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ଜିଲ୍ଲାରେ ୪୯୪ ଜଣ ଶିଶୁ ଅପପୁଷ୍ଟିର ଶିକାର  ହୋଇଛନ୍ତି। ସେଥିମଧ୍ୟରୁ କାଲିମେଳା ବ୍ଲକରେ ୧୦୬ ଜଣ ରହିଥିବା ବେଳେ ପଡିଆ ବ୍ଲକରେ ୩୫ ଜଣ, ଖଇରପୁଟ ବ୍ଲକରେ ୫୫ ଜଣ, କୋରୁକୋଣ୍ଡା ବ୍ଲକରେ ୧୦୧ ଜଣ, ମାଥିଲି ବ୍ଲକରେ ୫୯ ଜଣ, ମାଲକାନଗିରି ଅଂଚଳରେ ୫୩ ଜଣ, କୁଡୁମୁଲୁଗୁମ୍ମାରେ ୮୫ ଜଣ, ଶିଶୁ ରହିଥିବା ବେଳେ ଏଥି ମଧ୍ୟରୁ ୨୮ ଜଣ ଶିଶୁଙ୍କୁ ପୁଷ୍ଟି ସାଧନ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରା ଯାଉଛି। ତେବେ ଜିଲ୍ଲାର ସମସ୍ତ ବ୍ଲକର ଗ୍ରାମାଂଚଳରେ ଶିଶୁ ମାନଙ୍କ ବିକାଶ ନିମନ୍ତେ ସରକାରଙ୍କ ମାଳ ମାଳ ଯୋଜନା କାମ କରୁଥିବା ବେଳେ ଏବେବି ଅନେକ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ମାଲକାନଗିରି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ବାଲା ପଦ୍ମାଙ୍କୁ ପଚାରିବାରୁ ମାଲକାନଗିରି ଅଂଚଳରେ ଚଳିତ ମାସର ତଥ୍ୟ ଅନୁ ଯାୟୀ ୭୨ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏହି ଶିସୁ ମାନଙ୍କ ନିମନ୍ତେ ସମନ୍ୱିତ ଶିଶୁ ବିକାଶ ଯୋଜନା ତରଫରୁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ପୁଷ୍ଟିକର ଛତୁଆ ବଂଟନ କରା ଯାଉଛି। ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟବସ୍ଥା ନାହିଁ। ବହୁବର୍ଷ ପୂର୍ବରୁ ଏହି ଅପପୁଷ୍ଟିର ଶିକାର ହେଉଥିବା ଶିଶୁମାନଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଭାବେ ସରକାର ଅର୍ଥ ପ୍ରଦାନ କରୁଥିଲେ। ବର୍ତମାନ ତାହା ଜିଲ୍ଲା ପୁୁଷ୍ଟି ସାଧନ କେନ୍ଦ୍ର ଜରିଆରେ କରା ଯାଉଛି। ତେଣୁ ଅପପୁଷ୍ଟିର ଶିକାର ହେଉଥିବା ରୋଗୀମାନଙ୍କୁ ଚିହ୍ନଟ କରାଯାଇ ପୁଷ୍ଟି ସାଧନ କନ୍ଦ୍ର ପଠାଯାଇ ଉଚ୍ଚ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.