ହୋଟେଲରେ ଚଢ଼ାଉ ; ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଏକ ହୋଟେଲରେ ମାଲକାନଗିରି ସଦର ପୋଲିସ ଚଢ଼ାଉ କରିଛି। ସୋମବାର ମାଲକାନଗିରିର ହୋଟେଲ ଗୋଲଡେନ ଭିୟୁ ରେ ୨୦୭ ନମ୍ବର ରୁମରେ ଅବୈଧ ଟଙ୍କା ରଖାଯାଇଥିବା ପୋଲିସ ଖବର ପାଇଥିଲା । ଏହାପରେ ମାଲକାନଗିରି ପୁଲିସର ଏକ ଟିମ ଚଢ଼ାଉ କରି ରୁମରେ ଥିବା ସୁଶାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ୨ଲକ୍ଷ ଟଙ୍କା ଜବତ କରିଛି। ଏହି ହଟେଲରେ କିଛି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ନେତାମାନେ ଡେରା ପକାଇଥିବା ଓ ଟଙ୍କା ବଣ୍ଟନ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଘଟଣାର ତଦନ୍ତ ଚାଲୁଥିବା ପୋଲିସ ସୂଚନା ଦେଇଛି।

Comments are closed.