ଭିଜିଲାନ୍ସ ଜାଲରେ ମାଲକାନଗିରି ଏନଆରଏଚଏମ ଡିପିଏମ

ମାଲକାନଗିରି : ଭିଜିଲାନ୍ସ ଜାଲରେ ମାଲକାନଗିରି ଏନଆରଏଚଏମ ଡିପିଏମ ସୁଦୀପ କେଶ। ସେ ଆଜି ତାଙ୍କ ନିଜ କାର୍ଯ୍ୟଳୟରେ କାର୍ଯ୍ୟରତ ଜେଇ ନବଘନ ଖୁଲଙ୍କ ଏକ ବିଲ ପାସ କରିବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ନଆରଏଚଏମ ସଂସ୍ଥାରେ କାର୍ଯ୍ୟରତ ଡିପିଏମ ବିଭିନ୍ନ କାର୍ଯ୍ୟ ଗୁଡ଼ିକର ବିଲ ଦେୟ ଗୁଡିକ ପାସ କରିବା ପାଇଁ ନିଜ ସଂସ୍ଥାର ଜେଇଙ୍କୁ ବାରମ୍ବାର ଅର୍ଥ ମାଗିଥିଲେ। ତେବେ ଆଜି ପୁଣି ଏକ କାମର ବିଲ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏହି ଲାଞ୍ଚ ଦେବା ବେଳେ ମାଲକାନଗିରି ଜିଲ୍ଲା ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିଛନ୍ତି। ତେବେ ଏନେଇ ଗିରଫ ସୁଦୀପ କହିଛନ୍ତି ମୋର କୌଣସି ଭୁଲ ନାହିଁ ମୋତେ ଜାଣିଶୁଣି ଫସାଇ ଦିଆଯାଇଛି ।

Comments are closed.