ସ୍ବାଭିମାନ ଅଞ୍ଚଳର ଆନ୍ଧ୍ର-ଓଡ଼ିଶା ସୀମରୁ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳର ଆନ୍ଧ୍ର-ଓଡ଼ିଶା ସୀମରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ମାଓବାଦୀମାନେ ମାଟିତଳେ ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ୪ଟି ଟିଫିନ ବୋମା, କିଟ ବ୍ୟାଗ, ମେଡ଼ିସିନ. ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି। ଏସଓଜି ଏବଂ ଡିଭିଏଫ ପକ୍ଷରୁ କମ୍ବିଂ ଅପରେସନବେଳେ ବିସ୍ଫୋରକ ସାମଗ୍ରୀ ମିଳିଛି।

ମାଲକାନଗିରି ଜିଲା ପୁଲିସକୁ ବଡ଼ ସଫଳତା ମିଳିଛି। ଆନ୍ଧ୍ର ଓଡିଶା ସୀମାନ୍ତ ଚିତ୍ରକୋଣ୍ଡା ବ୍ଲକ ସ୍ୱଭମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତର ମରିବେଡ଼ା ଜଙ୍ଗଲରେ ବିଏସଏଫ ଏବଂ ଏସଓଜି ଯବାନ କୁମ୍ବିଙ୍ଗ ଅପରେସନସମୟରେ ମାଓବାଦୀଙ୍କ ଏକ ଡମ୍ପକୁ ଉଦ୍ଧାର କରି ଥିଲେ। ସେଠାରୁ ବିପୁଳ ପରିମାଣର ବିସ୍ପୋରୋକ ୪ଟି ଟିଫିନ ବୋମା, ଔଷଧ, ମାଓ ପୋଷାକ, ମାଓ ସାହିତ୍ୟ, ଔଷଧ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ। ଆନ୍ଧ୍ର ଓଡିଶା ମାଓ ସଂଗଠନ ପକ୍ଷରୁ ଯବାନଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ଏହି ସବୁ ସାମଗ୍ରୀ ରଖାଯାଇଥିବା ମାଲକାନଗିରି ଏସପି ନୀତିଶ ବାଧାବାନି ସୂଚନା ଦେଇଛନ୍ତି।

Comments are closed.