ବାଲିମେଳା ଜଳଭଣ୍ଡାରରେ ଛଡ଼ାଗଲା ୭୦ ଲକ୍ଷ ମାଛ ଯାଆଁଳା

ମାଲକାନଗିରି ଜିଲ୍ଲାରେ ଚାଷୀମାନଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବାଲିମେଳା ଜଳ ଭଣ୍ଡାରରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ମାଛ ଯାଆଁଳା ଛଡା ଯାଇଛି। ଲୋକଙ୍କ ଜୀବନ ଜୀବିକାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି। ସ୍ୱାଭିମାନ ଅଂଚଳରେ ଥିବା ୬ ଗୋଟି ମତ୍ସ୍ୟ ସମବାୟ ସମିତି ସହିତ ଅନ୍ତର୍ଭୁକ୍ତ ଥିବା ସମସ୍ତ ସଭ୍ୟଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଏହିସବୁ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ୨ କୋଟି ମାଛ ଜାଆଁଳ ଛଡାଯିବାକୁ ଥିବା ବେଳେ ଆଜି ସୁଦ୍ଧା ୭୦ ଲକ୍ଷ ମାଛ ଜାଆଁଳା ଛଡାଯାଇଛି। ବାକି ୧୩୦ ଲକ୍ଷ ଯାଆଁଳା ଡିସେମ୍ବର ଶେଷ ସୁଦ୍ଧା ଛଡା ଯିବାପାଇଁ ସ୍ଥିର ହୋଇଛି।

ଚିତ୍ରକୋଣ୍ଡା ମାଟିବନ୍ଧ୍ର ଯୋଜନାରେ ବହୁ ବିସ୍ଥାପିତ ଲୋକ ଜମି ହରାଇବା ପରେ ଜଙ୍ଗଲ ଜମିକୁ ନେଇ ନିଜର ଜୀବିକା ପାଇଁ ମାଛ ଧରିବା କାମ ଆରମ୍ଭ କରିଛନ୍ତି। ଦୀର୍ଘ ୫୦ ବର୍ଷରୁ ମତ୍ସ୍ୟଜୀବିମାନେ ମାଛ ଧରା କାର୍ଯ୍ୟ କରିଆସୁଛନ୍ତି। ସେହି ମତ୍ସ୍ୟଜୀବି ମାନଙ୍କ ପାଇଁ ବାଲିମେଳା ଜଳଭଣ୍ଡାରରେ ମାଛ ଜାଆଁଳ ଛଡାଯାଇଛି। ଏଥି ସହିତ ଡିସେମ୍ବର ଶେଷ ସୁଦ୍ଧା ୧୦୦ ଜଣ ମତ୍ସ୍ୟଜୀବୀଙ୍କୁ, ଡଙ୍ଗା, ଲାଇଫ୍‍ ଜ୍ୟାକେଟ, ମାଛଜାଲ ବଣ୍ଟନ କରାଯିବ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି।

Comments are closed.