ବିଚାରପତିଙ୍କ ବଦଳି ଦାବିରେ ୨୭ ପର୍ଯ୍ୟନ୍ତ କୋର୍ଟ ବନ୍ଦ ନିଷ୍ପତି

ମାଲକାନଗିରି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା ଜଜଙ୍କ ବଦଳି ଦାବି କରି ପୂର୍ବରୁ ୩ ଦିନ ସମସ୍ତ କୋର୍ଟ ବନ୍ଦ ଡାକରା ଦିଆଯାଇଥିବା ବେଳେ କୌଣସି ପଦକ୍ଷେପ ନ ନିଆଯିବାରୁ ପୁଣି ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କୋର୍ଟ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି। ଏଥି ସହ ଏକ ପ୍ରତିନିଧି ଦଳ ସଭାପତି ପ୍ରଭାକର ପ୍ରଧାନଙ୍କ ନେତୃତ୍ୱରେ କଟକ ଯାଇ ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା କରିବା ପାଇଁ ନିଷ୍ପତି ନିଆଯାଇଛି। ଏଥିପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି।

ଏହି କମିଟିରେ ସଭାପତି ରମେଶ ପଟ୍ଟନାୟକ ରହିଥିବା ବେଳେ ଏକ୍‍ଜିକ୍ୟୁଟିଭ୍‍ ମେମ୍ବର ଭାବେ ଗୋପାଳ ପଣ୍ଡା, ରାମ ପ୍ରସାଦ ପଟ୍ଟନାୟକ, କୈଳାସ ପଟ୍ଟନାୟକ, ଦିଲୀପ ପରିଚ୍ଛା, ଲମ୍ବୋଦର ତୁରୁକ, ଭୂଦେବ ମହାନନ୍ଦିଆ, ବିଜୁ ସରକାର, ରବୀନ୍ଦ୍ର କୁମାର ମାଢି, ସରୋଜ ସାହୁ ପ୍ରମୁଖଙ୍କୁ ସର୍ବ ସମ୍ମତି କ୍ରମେ ଗୃହୀତ କରାଯାଇଛି। ଏହି ୧୦ ଜଣିଆ କ୍ରିୟାନୁଷ୍ଠାନ କମିଟି ସମସ୍ତ ନିଷ୍ପତି ନେବା ସହ କୋର୍ଟ ବନ୍ଦକୁ ତଦାରଖ କରିବେ।

Comments are closed.