ଆଦିବାସୀଙ୍କ ପୁଷ୍ଟିକର ଓ ଜୈବିକ ସାର ତିଆରି ପରିବା ଉପରେ ସହରବାସୀ ଆକର୍ଷିତ

ମାଲକାନଗିରି : ବର୍ତ୍ତମାନ ବଜାରରେ ନିତ୍ୟ ବ୍ୟବହା ର୍ଯ୍ୟ ଓ ଖାଇବା ସାମଗ୍ରୀ ଏବଂ ପନିପରିବା ମାନଙ୍କରେ ଅତ୍ୟଧୀକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ହେଉଥଇବା ଯୋଗୁଁ ମୁହଁ ଫେରାଉଛନ୍ତି ଖାଉଟିା ଫଳରେ ଗ୍ରାମାଂଚଳରୁ ଆଦିବାସୀ ଓ ଅଣଆଦିବାସୀ ମାନେ ଜୈବିକ ପଦ୍ଧତିରେ ତିଆରି ପନିପରିବା ଉପରେ ସହରବାସୀ ଆକର୍ଷିତ ହେଉତିବା ଦେକିବାକୁ ମିଳିଛିା ପ୍ରତିଦିନ ସକାଳେ ମାଲକାନଗିରି ସଦର ବ୍ଲକ ତଣ୍ଡିକି, ଚଲାଣଗୁଡା, ସତୀଗୁଡା, ଜାମଗୁଡା, ଭିମାରାଙ୍ଗିଣି, ଟେକଗୁଡା, ତମସା ଆଦି ଅଂଚଳରୁ ଜଙ୍ଗଲି ପନିପରିବା ଯତା ବାଉଁଶ କରଡି, ଛତୁ, ବିଭିନ୍ନ ପ୍ରଜାତିର ଜଙ୍ଗଲି ସାଗ, କୁନ୍ଦୁରୁ, ଅମୃତଭଣ୍ଡା, କଂଚା କଦଳୀ ଭଳି ବିଭିନ୍ନ ପ୍ରକାରର ଭିନ୍ନ ଭିନ୍ନ ପରିବା ଆ ଣି ବିକ୍ରି କରୁଛନ୍ତିା ଦୈନିକ ବଜାର ପରିସରରେ।ବଶ୍ୟକ ପରିମାଣରେ ଜାଗା ନଥିବା ଯୋଗୁଁ ସେମାନେ ମୋଟର ସାଇକେଲ ପାର୍କିଂ ଅଂଚଳ ଓ ରାସ୍ତା କଡରେ ବସି ବିକ୍ରି କରୁଥଇବାର ଦୃଶ୍ୟମାନ ହେଉଛିା ଏଥିରେ ସହରରେ ବସବାସ କରୁଥିବା ଲୋକମାନେ ଆକର୍ଷିତ ହୋଇ ଆଗ୍ରହର ସହ ରାସ୍ତା କଡରେ କି୍ବା ରାସ୍ତା ଉପରେ ନିଜ ଜାନବାହାନ ଠିଆ କରି ପନିପରିବା କ୍ରୟ କରୁଥିବା ଦେଖିବାକୁ ମିଳିଚିା ଫଳରେ ଏହି ରାସ୍ତା ଦେି ଜାତାୟତ କରୁଥିବା ଉପଜିଲ୍ଲାପାଳଙ୍କ କା ର୍ଯ୍ୟାଳୟ, ଅତିରିକ୍ତ ଜିଲ୍ଲା ଜର୍ଜ ତଥା ମାଲକାନଗିରି ଠାରୁ ସୁକୁମା ଅଭିମୁଖେ ଯାତାୟତ କରୁଥଇବା ସମସ୍ତ ଜାନ ବାହାନ ବିଭଇନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ଏଠାରେ ଜାନ ବାହାନ ରୋକିବା ନିମନ୍ତେ ପୁରୁଣା ସିନେମା ହଲ ରହିଥିବା ସ୍ଥାନରେ ଏକ ପାର୍କିଙ୍ଗ ବ୍ୟବସ୍ଥା ରହିଛି।

 

ସେଠାରେ ବଡ ବଡ ଗାଡି ଠିଆ ହେୁତିବାରୁ ଲୋକମାନେ ମୋଟର ସାଇକେଲ ଓ ଜାନବାହାନ ପାର୍କିଂ କରିବାରେ ଅସୁବିଧା ହେଉଛନ୍ତିା ଫଳରେ ବାଧ୍ୟ ହୋଇ ଲୋକମାନେ ରାସ୍ତା ଦୁଇ କଡରେ, ଦୈନିକ ବଜାର ପରିସରରେ ଓ ଜାଗା ନଥିଲେ ରାସ୍ତା ଉପରେ ଜାନ ବାହାନ ରଖି ପନିପରିବା କ୍ରୟ କରୁଥଇବା ଦେଖିବାକୁ ମିଳିଛିା ଫଳରେ ଏଠାରେ ଟ୍ରାଫିକ ବ୍ୟବସ୍ତା ବିପ ର୍ଯ୍ୟସ୍ତ ହେଉଥଇବା ଦାବି ହେଉଛଇା ଏହି ବଜାରରେ ଆସୁଥିବା ଖାଉଟି ମାନଙ୍କ ନିମନ୍ଟେ ସ୍ୱତନ୍ତ୍ର ପାର୍କିଙ୍ଗ ର ବ୍ୟବସ୍ଥା ରହିଛିା ସେହି ପାର୍କିଙ୍ଗ ସ୍ଥାନରେ ସହରର ମାଲିକ ମାନଙ୍କ ବଡ ବଡ ଟ୍ରକ ମାସ ମାସ ଧରି ସ୍ଥାୟୀ ଭାବେ ଠିଆ କରି ରଖିଛନ୍ତିା ପୌର ପରିଷଦ ଏଥିପ୍ରତି କୌମସି ଦୃଷ୍ଟି ଦେଉ ନଥିବା ବେଲେ ଏମାନଙ୍କ ଠାରୁ ପାର୍କିଙ୍ଗ ବାବଦ କୌଣସି ଟିକସ ମଧ୍ୟ ଆଦାୟ କରା ଯାଉନାହିାଁ ଏହାକୁ ଆଖି ଆଗରେ ରଖି ଏଠାକାର ବ୍ୟବସାୟୀ ଓ କିଛି ଯୁବକ ମାନେ ଖଳ ପ୍ରକୃତି ଭାବେ ଜାନବାହାନ ରାସ୍ତା ଉପରେ ରଖିବା ସମୟରେ କେହି ବାରଣ କରୁନାହାନ୍ତିା କିନ୍ତୁ ରଖି ସୌଦା ପାଇଁ ଚାଲି ଯିବା ପରେ ଜାନବାହାନର ଚକରୁ ହାବା ଛାଡି ଦେଉଥିବା ମଧ୍ୟ ଅଭି ଯୋଗ ହୋଇଛିା ଏହାକୁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ତଥା ପୋଲିସ ବିଭାଗ ଦୃଷ୍ଟି ଆକର୍ଷଣ କରି ଏହି ଅଂଚଳରେ ସ୍ୱତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରା ଯିବା ସହ ଦୂର ଦୂରାନ୍ତରରୁ ପନିପରିବା ନେଇ ଆସୁଥିବା ଆଦିବାସୀ ଓ ଅଣଆଦିବାସୀ ଚାଷୀଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନରେ ସ୍ଥାନାନ୍ତର କରିବା ନିମନ୍ତେ ସହରବାସୀ ଦାବି କରିଛନ୍ତିା ଏହି ଜଙ୍ଗଲିଜାତ ଓ ପୃଷ୍ଟିକର ପନିପରିବାର ଏକ ସ୍ୱତନ୍ତ୍ର ବଜାର କରାଗଲେ ଖାଉଟି ମାନେ ଓ ଚାଷୀ ମାନେ ଠିକ୍ ଭାବରେ କିଣା ବିକା କରିପାରିବେ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛିା ଏ ସମ୍ପର୍କରେ ପୌର କା ର୍ଯ୍ୟ ନିର୍ୱାହୀ ତ୍ରିସୁଲ ମାରଡିଙ୍କୁ ପଚାରିବାରୁ ଏହି ଅଂଚଳରେ ଥିବା ପାର୍କିଙ୍ଗ ରେ ବଡ ବଡ ଗାଡି ଠିଆ ହେବା ସେ ଜାଣି ନାହାନ୍ତିା ଯେଉଁମାନେ ମାସ ମାସ ଧରି ଗାଡି ରଖୁଛନ୍ତି ସେମାନହ୍କୁ ଦଣ୍ଡ ଭୋଗିବାକୁ ପଡିବ ଏବଂ ଦୁରଦୁରାନ୍ତରରୁ ପନିପରିବା ନେଇ ଆସୁଥଇବା ଆଦିବାସୀଙ୍କୁ ସ୍ୱତନ୍ତ୍ର ସ୍ଥାନରେ ଥଇଥାନ କରା ଯିବ ବୋଲି ସେ ପ୍ରକାଶ କରଛନ୍ତିା

ସେମାନେ କହନ୍ତି..
ଗାନ୍ଧି ଶ୍ରୀନିବାସ ରାଓ, ସମାଜସେବୀ ମାଲକାନଗିରି
ଦୈନିକ ବଜାରର ଗହଳିକୁ ଆଖି ଆଗରେ ରଖି ପୁରୁଣା ସିନେମା ହଲ ଭାଙ୍ଗିବା ପରେ ସେଠାରେ ପାର୍କିଙ୍ଗର ବବ୍ସ୍ା କରା ଯାଇଛିା ତେବେ ସହରର ମାଲିକ ମାନେ ନିଜ ବଡ ବଡ ଗାଡିକୁ ଏଠାରେ ମାସ ମାସ ଧରି ଠିଆ କରି ରଖୁଛନ୍ତିା ପୌର ପରିଷଦ ଏତିପ୍ରତି ଦୃଷ୍ଟି ଦେଉନାହାନ୍ତିା ଏଠାରେ ଅନିୟମିତତା ଭାବେ ପାର୍କିଙ୍ଗ କରା ଯାଉଥିବା ବେଲେ ଏମାନଙ୍କ ଠାରୁ କୌଣସି ସରକାରୀ ଟିକସ ମଧ୍ୟ ନିଆ ଯାଉନାହିାଁ ସୁବାଷ ବୋସ ଛକରେ ଟ୍ରାଫିକ ବ୍ୟବସ୍ଥା ର କୌଣସି।ବଶ୍ୟକ ନାହିାଁ ଏହି ଟ୍ରାପିକ କର୍ମଚାରୀ ଙ୍କୁ ଦୈନିକ ବଜାର ସମ୍ମୁଖରେ ସ୍ଥାନାନ୍ତର କରାଗଲେ ଟ୍ରାଫିକ୍ ନିୟନ୍ତ୍ରଣ ହୋଇପାରିବ ବୋଲି ସେ ପ୍ରକାଶକରିଛନ୍ତିା

ରାମପ୍ରସାଦ ନାଗ, ମାଲକାନଗିରି ଥାନା ଅଦିକାରୀ
ଦୈନିକ ବଜାର ପରିସରରେ ଜାନବାହାନ ପାର୍କିଙ୍ଗ କରିବା ଅନୁଚିତା ଯାହାଫଳରେ ଦୁର ଦୁରାନ୍ତରରୁ ଆସୁଥଇବା ଚାଷୀ ମାନେ ନଜ ପନିପରିବା ବିକ୍ରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଚନ୍ତିା କିଛି ଲୋକ ବାଧ୍ୟ ହୋଇ ରାସ୍ତା କଡରେ ବସି ବିକ୍ରି କରୁଛନ୍ତିା ଫଳରେ ଏଠାରେ ଟ୍ରାଫିକ୍ ବ୍ୟବସ୍ଥା ବିପ ର୍ଯ୍ୟସ୍ତ ହେଉଛିା ସୋମବାର ଠାରୁ ଏଠାରେ ସ୍ୱତନ୍ତ୍ର ଭାବେ କର୍ମଚାରୀ ନିୟୋଜିତ କରା ଯାଇ ଟ୍ରାଫିକ ବ୍ୟଭସ୍ଥା ନିୟନ୍ତ୍ରଣ କରା ଯିବ ବୋଲି ସେ ପ୍ରକାଶ କରିଚନ୍ତିା

Comments are closed.