ବିଦ୍ୟାଳୟ ଉନ୍ନତିକରଣ ଆଳରେ ଟଙ୍କା ଆଦାୟ କରି ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ମାଲକାନଗିରି: ମାଲକାନଗରିି ସଦର ବ୍ଲକ ସ୍ଥିତ ସିନ୍ଧ୍ରିମାଳ ଗ୍ରାମ ପଂଚାୟତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକ ବିଦ୍ୟାଳୟ ବିକାଶ ନାମରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରି ନିଲମ୍ବିତ ହୋଇଛନ୍ତିା ପ୍ରକାଶ ଥାଉ କି, ଗତ ୫ ତାରିଖ ଦିନ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଘଟଣା ଦୈନିକ ‘ସମାଜ’ରେ ପ୍ରକାଶ ପାଇଥିଲ। ଏହାକୁ ଆଧାର କରି ଗତ ୬ ତାରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀ ମାନସକୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କ ସହ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋଭ ରଂଜନ ମାଳି ତଦନ୍ତ କରିଥିଲୋ

ବିଭିନ୍ନ ବର୍ଗର ପ୍ରତିକ୍ରିୟା ତଥା ଛାତ୍ରୀ ଓ ଅଭିଭାବକଙ୍କ ପ୍ରତିକ୍ରିୟା ଜାଣିବା ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଟଙ୍କା ଆଦାୟ କରିବା ଘଟଣା ସ୍ୱିକାର କରିଥିଲୋ ଏହାକୁ ଆଧାର କରି ବ୍ଲକ ଶିକ୍ଷାଧିକାରୀ ଶ୍ରୀ ବେହେରା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଜେନାଙ୍କୁ ତଦନ୍ତ ରିପୋର୍ଟ ଦେବାପରେ ମଙ୍ଗଳବାର ଦିନ ଚିଠି ନଂ ୧୮୨୦/୯.୦୮.୨୦୨୧ ପ୍ରକାରେ ତାଙ୍କୁ ନିଳମ୍ବନ କରାଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତିା ସେ କହିଛନ୍ତି ଏଭଳି ଅନ୍ୟାୟ କିମ୍ବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଦୁର୍ନୀତି କରିବା କର୍ମଚାରୀଙ୍କୁ କ୍ଷମା କରାଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତିା ବର୍ତମାନ ଏହି ବିଦ୍ୟାଳୟରେ କୌଣସି ଜଣେ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ଦିଆଯିବ ଏବଂ ନିଲମ୍ବିତ ହୋଇଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକଙ୍କୁ ପୁନର୍ବାର ଦାୟିତ୍ୱ ଦିଆଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତିା ତେବେ ପୂର୍ବରୁ ମଧ୍ୟ ଏହି ବିିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକ ନିଲମ୍ବିତ ହୋଇଥିଲୋ କିନ୍ତୁ ପୁଣି ତାଙ୍କୁ ସେହି ବିଦ୍ୟାଳୟରେ ଦାୟିତ୍ୱ ଦିଆଯାଇଥିଲ। ବର୍ତମାନ ଶିକ୍ଷା ବିଭାଗ କେଉଁ ପ୍ରକାର ନୀତି ଆପଣାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Comments are closed.