ସ୍ୱାଭିମାନ ଅଞ୍ଚଳ ଗୋରସେତୁରେ ନୂଆ ବିଏସ୍‌ଏଫ କ୍ୟାମ୍ପ

ମାଲକାନଗିରି/ଚିତ୍ରକୋଣ୍ଡା: ମାଓବାଦୀ ଦମନ ନିମନ୍ତେ ସ୍ୱାଭିମାନ ଅଞ୍ଚଳରେ ଆଜି ସମ୍ପୂର୍ଣ୍ଣ ମାଓବାଦୀ ଗଡ଼ କୁହାଯାଉ ଥିବା ପଣସପୁଟ ପଞ୍ଚାୟତର ଗୋରସେତୁ ଠାରେ ବିଏସ୍‌ଏଫ ତୃତୀୟ ବାଟେଲିୟାନ ପକ୍ଷରୁ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ଆଜି ଗୋରାସେତୁ ଠାରେ ଏହି କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ସୀମା ସୁରକ୍ଷା ବାହିନୀର ପ୍ରାୟ ୧୦୦ଜଣ ଯବାନ ଓ କମ୍ପାନୀ କମାଣ୍ଡେଣ୍ଟ ସମେତ ଏକ ୟୁନିଟ ଏଠାରେ କାର୍ଯ୍ୟକାରୀ କରିବ।

 

ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତି ପଣସପୁଟ ପଞ୍ଚାୟତରେ ଏକଦା ମାଓବାଦୀଙ୍କ ଗଡ଼ ରହିଥିଲା। ମାଓବାଦୀ ହିଂସା ଓ ଆତଙ୍କରେ ଅଞ୍ଚଳବାସୀ ଅତିଷ୍ଟ ହୋଇ ପଡିଥିଲେ। ବିଏସଏଫ ମୁତୟନ ପରେ ଏହି ଅଞ୍ଚଳରେ ମାଓ ଆତଙ୍କ ହ୍ରାସ ପାଇଥିବାବେଳେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ଆଶା କରାଯାଉଛି। ଏହି ନୂଆ କ୍ୟାମ୍ପ ପ୍ରତିଷ୍ଠା ହେବା ଦ୍ବାରା ଅଞ୍ଚଳବାସୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଛି।

Comments are closed.