ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଣି ଶୁଭିଲା ମାଓ ବିରୋଧୀ ସ୍ବର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଣି ଶୁଭିଲା ମାଓ ବିରୋଧୀ ସ୍ବର। ଏଥର ଗୋଟିଏ କି ଦୁଇଟି ନୁହେଁ ୧୦ରୁ ଅଧିକ ଗ୍ରାମବାସୀ ମିଳିତ ହୋଇ ମାଓବାଦୀ ଙ୍କୁ ବିରୋଧ କରିବା ସହ ମାଓ ବିରୋଧୀ ମେଲି କରିଛନ୍ତି।

ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା ଖଜୁରୀଗୁଡା ଠାରେ ମାଓବାଦୀ ଙ୍କୁ ବିରୋଧ କରି ହଜାର ହଜାର ଲୋକେ ଏକତ୍ରିତ ହୋଇଥିଲେ । ମାଓବାଦୀ ମାନେ ୨୦ ତାରିଖ ରାତିରେ ଉକ୍ତ ଗ୍ରାମର ଦାଶ ଖେମୁଡୁକୁ ପୋଲିସ ଇନ୍‌ଫର୍‌ମର କହି ଗୁଳି କରି ହତ୍ୟା କରିବା ପରେ ସମଗ୍ର ଅଞ୍ଚଳରେ ଉଠିଥିଲା ମାଓ ବିଦ୍ରୋହର ସ୍ୱର। ମାଓବାଦୀଙ୍କୁ ନିଜ ଅଞ୍ଚଳରେ ପୁରାଇ ଦେବୁ ନାହିଁ ବୋଲି ଶପଥ ନେଲେ ସ୍ୱାଭିମାନ ଅଞ୍ଚଳ ବାସି। ଆଉ ଏହାପରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତକାଲି ମାଓ ବିରୋଧୀ ପୋଷ୍ଟର ଲଗାଯାଇଥିବା ବେଳେ ଆଜି ମାଓ ବିରୋଧୀ ମେଳି କରାଯାଇଛି । ଆମକୁ ଶାନ୍ତି ଦରକାର, ହିଂସା ନୁହେଁ, ନିରୀହ ଜନତା କୁ ମାରିବା ବନ୍ଦ କରାଯାଉ, ମୃତ ଦାସ ଖେମୁଡୁ ଏବଂ ଅନ୍ୟ ମାନଙ୍କୁ ନ୍ୟାୟ ମିଳୁ ସହ ଅନେକ ମାଓ ବିରଧୀ ସ୍ଲୋଗାନ ଦେଇଥିଲେ ଅଞ୍ଚଳ ବାସୀ। ତେବେ ସ୍ୱାଭିମାନ ଅଞ୍ଚଳରେ ସରକାରି ଯୋଜନା ପହଞ୍ଚିବା ପରେ ବର୍ତ୍ତମାନ ମାଓଗଡ଼ ଭାଙ୍ଗିବାରେ ଲାଗିଛି।

Comments are closed.