ଲାଲ୍‌ବାହିନୀର ବର୍ବର କାଣ୍ଡ; ୧ମୃତ, ୨ଗରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ମାଓବାଦୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟାଛନ୍ତି। ପୁଳିସ ଇଇନଫର୍ମର ସନ୍ଦେହକରି ଲାଲ୍‌ବାହିନୀ ଜଣଙ୍କର ଗଳା କାଟି ହତ୍ୟା କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି। ମୃତ ଜଣଙ୍କ ହେଲେ ଖଜୁରୀଗୁଡା ଗ୍ରାମର ଦାସ ଖେମୁଡ। ଗୁରୁତର ଥିବା ୨ଜଣ ହେଲେ ଉକ୍ତ ଗ୍ରାମର ସନା ହାନ୍ତାଳ ଓ ସମରୁ ଖିଲ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମରେ ରାତି ସମୟରେ ମାଓବାଦୀ ଆସି ସେହି ଖଜୁରୀଗୁଡା ଗ୍ରାମର ଦାସ ଖେମୁଡୁ, ସନା ହାନ୍ତାଳ ଓ ସମରୁ ଖିଲଙ୍କୁ ପୁଲିସ ଇନଫର୍ମର ସନ୍ଦେହକରି  ନିର୍ଧୁମ ମାଡ଼ ମାରିଥିଲେ। ଶେଷରେ ଲାଲବାହିନୀ ଦାସ ଖେମୁଡଙ୍କ ଗଳା କାଟି ହତ୍ୟା କରି ଚାଲି ଯାଇଥିଲେ। ଯାହା ଅନୁମାନ କରାଯାଉଛି ସୁରକ୍ଷା ବାହିନୀ ଉଦ୍ଦେଶ୍ୟରେ ବିଛା ଯାଇଥିବା ଲ୍ୟାଣ୍ଡମାଇନ ଯୋଜନା ବିଷୟରେ ସୁରକ୍ଷା ବାହିନୀକୁ ଆଗୁଆ ସୂଚନା ଦେଇଥିଲେ, ସେଥିପାଇଁ ଲାଲବାହିନୀ ଏପରି ହତ୍ୟାକାଣ୍ଡ ଘଟାଇ ଥିବାର ଅନୁମାନ କରାଯାଉଛି।

Comments are closed.