ଚଢେଇ ଧରିବାକୁ ଯାଇ ଟ୍ରାନ୍ସଫର୍ମରରେ ଚଢି ବାଳକ ମୃତ

ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ପାକନାଗୁଡ଼ା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଜଣେ ବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ସକାଳ ସମୟରେ ପାକନାଗୁଡ଼ା ଗ୍ରାମରେ ଜଣେ ବାଳକ ନିଜ ଘର ସମ୍ମୁଖରେ ଖେଳୁଥିବା ସମୟରେ ଏକ ଚଢେଇ ଧରିବାକୁ ଟ୍ରାନ୍ସଫର୍ମର ନିକଟକୁ ଯାଇଥିଲା। ମାତ୍ର ଅସାବଧାନତା କାରଣରୁ ଟ୍ରାନ୍ସଫର୍ମର ଉପରକୁ ଚଢିଯିବାରୁ ବାଳକଟି ଜିଅନ୍ତା ଜଳିଯାଇଥିଲେ। ଏଭଳି ଏକ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

Comments are closed.