ଆଜିଠୁ ମାଓବାଦୀଙ୍କ ସହୀଦ ସପ୍ତାହ, କମ୍ବିଂ ଜୋରଦାର

ମାଲକାନଗିରି : ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାରଠୁ ଆରମ୍ଭ ହୋଇଛି ମାଓବାଦୀ ସହିଦ ସପ୍ତାହ ଦିବସ। ଏହି ସହିଦ ଦିବସ ଅଗଷ୍ଟ ୩ ଯାଏଁ ପାଳନ କରାଯିବ। ସହିଦ ସପ୍ତାହକ ପାଳନକୁ ସମର୍ଥ କରିବାକୁ ଏକ ଭିଡିଓ ଟେପରେ ମାଓନେତା ବେଣୁ ଆହ୍ବାନ ଦେଇଥିବା ଜଣାପଡ଼ିଛି ।

ମାଓବାଦୀଙ୍କ ସହିଦ ସପ୍ତାହକୁ ନଜରରେ ରଖି ହିଂସାକାଣ୍ଡ, ପୋଡାଜଳା ସମ୍ଭାବନା ରହିଛି। ତେଣୁ ପୁଲିସ ପକ୍ଷରୁ ଜିଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାର ମାଓ ପ୍ରବଣ ଅଂଚଳରେ ବିଏସଏଫ ଓ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ଜିଲାର ସୀମାକୁ ସିଲ କରାଯିବା ସହ ରାସ୍ତାଘାଟରେ ଯାଞ୍ଚ କଡ଼ାକଡ଼ି କରାଯାଉଛି। ମାଓ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ମାଲକାନଗିରି ଏସପି  କହିଛନ୍ତି ।

Comments are closed.