ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମରେ ବଞ୍ଚିଗଲା ନବଜାତ ଓ ମା‘ର ଜୀବନ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମରେ ଜଣେ ନବଜାତ ଓ ମା‘ର ଜୀବନ ରକ୍ଷା ପାଇ ଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳା ପ୍ରସୂତି ନିମନ୍ତେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କର କରନା ନମୁନା ସଂଗ୍ରହ କରାଯାଇଥିଲା । ଇତି ମଧ୍ୟରେ ମହିଳା ଜଣଙ୍କ ନିଜର ଶିଶୁକୁ ଜନ୍ମ ଦେଇଥିଲେ। ତେବେ ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ଉଭୟ ମା’ ଓ ନବଜାତଙ୍କୁ ମାଲକାନଗିରି କୋଭିଡ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା । ସେଠାରେ ନବଜାତ ଜଣଙ୍କ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ନବଜାତକୁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଫୋଟ ଥେରୋପୀ ଦେଇ ତାର ଜୀବନ ରକ୍ଷା କରିଥିଲେ। ଏହାସହ ସ୍ୱତନ୍ତ୍ର ଯତ୍ନ ନେଇ ଉଭୟ ମା’ ଓ ଶିଶୁଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରାଯାଇପାରିଛି । ଏହି କରୋନା ଯୋଦ୍ଧାଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାବେଳେ ରାଜ୍ୟ ମୁଖିଆ ମଧ୍ୟ ଏମାନଙ୍କୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆ ପେଜରେ ଏହି ଫଟୋ ସେୟାର କରିବା ସହ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

Comments are closed.