ହୃଦୟସ୍ପର୍ଶୀ ଦୃଶ୍ୟ : ପାଷାଣ ଭିତରେ ଜୀବନ ଖୋଜିଲା ଝିଅ

ମାଲକାନଗିରି : ମା’ ପେଟରେ ଥିବାବେଳେ ମାଓବାଦୀଙ୍କ ସହ ଲଢ଼ି ବାପା ସହିଦ୍ ହୋଇଯାଇଥିଲେ। ବାପାଙ୍କୁ କେବଳ ସେ ଫଟୋରେ ଦେଖିଥିଲା। ଯଦିଓ ସେ ବାପାଙ୍କ ସ୍ନେହ ପାଇପାରି ନ ଥିଲା ତଥାପି ବାପାଙ୍କୁ ଦେଖିବା ପାଇଁ ତା କୁନି ମନ ବ୍ୟାକୁଳ ହେଉଥିଲା।  ବାପାଙ୍କ ଜନ୍ମ ଦିନରେ ତାକୁ ମା’ ସ୍ବାମୀଙ୍କ ପ୍ରତିମୂର୍ତ୍ତି ନିକଟକୁ ନେଇଥିବାବେଳେ ବାପାଙ୍କ ପ୍ରତିମୂର୍ତ୍ତିକୁ କୁନି ଝିଅଟି ଜାବୁଡ଼ି ଧରିଥିଲା। ସତେ ଯେପରି ସେ ଦୀର୍ଘଦିନ ପରେ ନିଜ ବାପାଙ୍କୁ ଦେଖୁଛି। ଏହା ଏକ ପ୍ରତିମୂର୍ତ୍ତି ତାହା ଜାଣିବା ପାଇଁ ଝିଅଟି ସତେ ଯେପରି ଆଦୌ ଚାହୁଁ ନ ଥିଲା। ପ୍ରତିମୂର୍ତ୍ତିକୁ ଚୂମା ଦେବା ସହ ଫୁଲମାଳ ଦେଇ ଲଡ଼ୁ ଖୁଆଇବା ପାଇଁ ଚେଷ୍ଟା ମଧ୍ୟ କରିଥିଲା। ଲଡ଼ୁ କାଳେ ନ ଯିବ ସେଥିପାଇଁ ଲଡ଼ୁ ଭାଙ୍ଗି ପୁଣିଥରେ ମୁହଁରେ ଦେବା ପାଇଁ ଚେଷ୍ଟା କରିଥିଲା କୁନି ଝିଅଟି। ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ଛତିଶଗଡ଼ ରାଜ୍ୟ ନାରାୟଣପୁର ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ପାଷାଣ ଦେହରେ ବାପାଙ୍କ ଜୀବନ ଖୋଜି ଝିଅଟି ପ୍ରମାଣିତ କରି ଦେଇଛି ବାପ ଝିଅର ଭଲ ପାଇବା କଥା। ସହିଦ୍ ବାପାଙ୍କ ପ୍ରତିମୂର୍ତ୍ତି ସହ ଝିଅଟି ବେଶ୍ କିଛି ସମୟ କୋଳେଇ ହେବା, ଗେଲ ହେବା ଦୃଶ୍ୟ ଦେଖଣାହାରୀଙ୍କ ଆଖିରୁ ଲୁହ ଝରାଇ ଦେଇଛି । ଏହି ଫଟୋ ଟି ଭାଇରାଲ୍ ହେବା ପରେ ଧିକାଂଶ ଲୋକଙ୍କ ହୃଦୟକୁ ଏହା ବେଶ ଛୁଇଁଛି। ପ୍ରତିମୂର୍ତ୍ତି ସମ୍ପର୍କରେ ଜ୍ଞାନ ନ ଥିବା ଝିଅ ଟି ବାପାଙ୍କୁ ମିଠା ଖୁଆଉଥିବାର ମଧ୍ୟ ଦେଖିବାକୁ ମିଳିଛି। ପଡୋଶୀ ଛତ୍ତିଶଗଡ଼ ର ନାରାୟଣପୁର୍ ଜିଲାଟି ଅତି ଦୁର୍ଗମ ଓ ନକ୍ସଲ ପ୍ରବଣ ଅଞ୍ଚଳ। ଏହି ଜିଲାର କୋଟ୍ ଘରା ବ୍ଲକ ଅନ୍ତର୍ଗତ ଘାନାଡବାରି ଗାଁ ରେ ସହିଦ୍ ମୂଲ ଚାନ୍ଦ କୁମାରଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଏହି ପ୍ରତିମୂର୍ତ୍ତି ନିକଟରେ ତାଙ୍କର ଜନ୍ମଦିନ ଦିନ ପୂରା ପରିବାର ଏକତ୍ରିତ ହୋଇଥିଲେ ନିଜ ବାପାଙ୍କୁ ଆଖିରେ ଦେଖିନଥିବା କୁନି ଝିଅଟି ତତକ୍ଷଣାତ୍ ପ୍ରତିମୂର୍ତ୍ତି କୁ ଜାବୁଡ଼ି ଧରି ଗେଲ କରିବା ସହ ଚୁମା ଦେଇଥିଲେ। ଏଠା​ରେ ପ୍ରକାଶଥାଉକି ଇନ୍ସପେକ୍ଟର ମୁଲଚାନ୍ଦ ଗତ ୨୦୧୮ ଜାନୁଆରୀ ୨୪ ତାରିଖରେ ସହିଦ ହୋଇଥିଲେ। ସୀମାନ୍ତ ଛତ୍ତିଶଗଡ଼ ର ନାରାୟଣପୁର୍ ଜଙ୍ଗଲରେ ନକ୍ସଲ ପୁଲିସ ମୁକାବିଲା ବେଳେ ସେ ସହିଦ ହୋଇଥିଲେ। ମୁଲଚାନ୍ଦ ବୀରତ୍ୱର ସହ ନକ୍ସଲ ସହ ଲଢେଇ କରିଥିଲେ ଓ ତାଙ୍କ ସହ ୪ ଜଣ ମଧ୍ୟ ସହିଦ ହୋଇଥିଲେ।

୨୦୧୭ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ମୁଲଚାନ୍ଦଙ୍କ ପତ୍ନୀ ଗର୍ଭବତୀ ଥିବା ବେଳେ ମୁଲଚାନ୍ଦ ଆଖି ବୁଜି ଦେଇଥିଲେ। ଆଜି ଏଭଳି ଦୃଶ୍ୟ ବାପା ଝିଅର ସମ୍ପର୍କକୁ ଦର୍ଶାଇଛି।

Comments are closed.