ରାସ୍ତାରେ ପଡିଛି କରୋନା ଚିକିତ୍ସାରେ ବ୍ୟବହୃତ ପିପିଇ କିଟ ଓ ଗ୍ଲୋବସ

ମାଲକାନଗିରି : ରାସ୍ତାରେ ପଡିଛି ଚିକିତ୍ସାରେ ବ୍ୟବହୃତ ହୋଇଥିବା ପିପିଇ କିଟ ଓ ଗ୍ଲୋବସ । ଏଭଳି ଏକ ଘଟଣା ସୋମବାର ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି। ଜିଲାର ବସ ଷ୍ଟାଣ୍ଡ ଠାରୁ ଚାଲାଣଗୁଡା ଯିବା ବାଇପାସ ରାସ୍ତା ପାର୍ଶ୍ୱରେ ଏହି ବ୍ୟବହୃତ ହୋଇଥିବା ପିପିଇ କିଟ ଓ ଗ୍ଲୋବସ ପଡିରହିଛି। ଉକ୍ତ ରାସ୍ତାରେ ଅନେକ ଲୋକ ଯାତାୟାତ କରୁଥିବା ବେଳେ ଏହି କିଟ କିଏ ପକାଇଲା ସେନେଇ ପ୍ରଶ୍ନ ଉଠିଛି । ସରକାରଙ୍କ ନିୟମ ଅନୁଯାୟୀ ବ୍ୟବହୃତ ପିପିଇ କିଟ ଓ ଗ୍ଲୋବସକୁ ନଷ୍ଟ କରିଦେବା ନିୟମ ରହିଥିବା ବେଳେ ଏଭଳି ଦୃଶ୍ୟ ବର୍ତ୍ତମାନ ଲୋକଙ୍କ ମନରେ ଉତ୍ତେଜନା ସୃଷ୍ଟି କରିଛି ।

Comments are closed.