ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ବହୁ ଖୋଜାଖୋଜି ପରେ ସତୀଗୁଡ଼ା ଜଳଭଣ୍ଡାରରୁ ତାଙ୍କର ମୃତଦେହ ମିଳିଛି। ସୂଚନାଯୋଗ୍ୟ, ଦେବନାରାୟଣ ଗତ ଶୁକ୍ରବାରଠାରୁ ନିଖୋଜ ଥିଲେ। ନିଜ କାର୍ଯ୍ୟାଳୟରୁ ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବହୁ ଖୋଜାଖୋଜି ପରେ ସତୀଗୁଡ଼ା ଡ଼୍ୟାମ ନିକଟରୁ ତାଙ୍କ ବାଇକ ଓ ହେଲମେଟ ମିଳିଥିଲା। ଏହାପରେ ଅଗ୍ନିଶମ କର୍ମଚାରୀ ଜଳଭଣ୍ଡାରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କିଛି ସମୟ ପରେ ତାଙ୍କର ମୃତଦେହ ମିଳିଥିଲା। ତେ​‌ବେ ଦେବନାରାୟଣଙ୍କ ମୃତ୍ୟୁ କିପରି ହେଲା, ସେ ଆତ୍ମହତ୍ୟା କରିଛନ୍ତି କି ଘଟଣା ପଛରେ ଅନ୍ୟ କିଛି ରହସ୍ୟ ଲୁଚିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.