ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଯବାନଙ୍କ ଆତ୍ମହତ୍ୟା 

ମାଲକାନଗିରି : ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ ମାଲକାନଗିରି ଜିଲ୍ଲାର ପୋଟେରୁ ପୁଲିସ କ୍ୟାମ୍ପରେ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ହେଲେ ଦୁର୍ୟ୍ୟୋଧନ ମାଝୀ । ସେ ଓ ଏସଏପି ଚତୁର୍ଥ ବାଟାଲିୟନରେ କାର୍ୟ୍ୟରତ ଥିଲେ । ତେବେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମାଲକାନଗିରି ଏସପି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Comments are closed.