ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି।  ପ୍ରେସ ଦିବସ ପାଳନ ଅବସରରେ ନବରଙ୍ଗପୁର ସାଂସଦ ରମେଶ ମାଝି ଯୋଗ ଦେଇ ବର୍ତ୍ତମାନ ସମାଜରେ ଗଣମାଧ୍ୟମର ଭୂମିକା ଓ ନିରପେକ୍ଷ ସାମ୍ବାଦିକତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ସ୍ବତନ୍ତ୍ର ବିକାଶ ପରିସଦ ଅଧ୍ୟକ୍ଷ ମାନସ ମାଡ଼କାମୀ, ସଂଘ ସଭାପତି ଦେବ ପ୍ରସାଦ ଦାଶ , ସମ୍ପାଦକ ପ୍ରେମେନ୍ଦ୍ର ପରିଛା, ଆବାହକ ଭାସ୍କର ବେହେରା ପ୍ରମୁଖ ଶତାଧିକ ସାମ୍ବାଦିକ ଯୋଗଦାନ କରି ପ୍ରେସଦିବସ ଉପରେ ଆଲୋଚନା କରିଥିଲେ। ବିଧାୟକ ପାଣ୍ଠିରେ ନିର୍ମିତ ଏକ ପାଚେରୀ ଉଦଘାଟନ କରିଥିଲେ।

Comments are closed.