ମାଲକାନଗିରି ଗସ୍ତରେ ଡିଜିପି ଅଭୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ଡିଜିପି ଅଭୟ। ତାଙ୍କ ସହ ଇଣ୍ଟେଲିଯେନ୍ସ ଡ଼ାଇରେକ୍ଟର ଲଳିତ ଦାସ,ଇଣ୍ଟେଲିଯେନ୍ସ ଆଇଜି ଅମିତାଭ ଠାକୁର SIW DIG ଅନିରୁଦ୍ଧ ସିଂ ଏବଂ ଦକ୍ଷିଣାଞ୍ଚଳ ଡିଆଇଜି  ରାଜେଶ ପଣ୍ଡିତ ପହଞ୍ଚିଛନ୍ତି। ଗତକାଲି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୁଲିସର ଏନକାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଦୁଇ ମହିଳା ମାଓବାଦୀ ଏବଂ ଜଣେ ପୁରୁଷ ମାଓବାଦୀର ମୃତ ଦେହକୁ ଉଦ୍ଧାର କରିଥିଲା ପୁଲିସ। ଘଟଣାସ୍ଥଳରୁ  ଏସଏଲଆର (SLR), କାରବାଇନ ଭଳି ତିନୋଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ପୁଲିସ ଜବତ କରିଥିଲା ।

ଆଜି ଡିଜିପି ପହଞ୍ଚି ପ୍ରଥମେ ଅପରେସନରେ ଯାଇଥିବା ଏସଓଜି (SOG ) ଏବଂ ଡିଭିଏଫ (DVF) ଯବାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ପ୍ରଶଂସା କରିଥିଲେ । ତାପରେ ମାଲକାନଗିରି ଏସପି ଏବଂ ବିଏସଏଫ  ଅନ୍ୟ ପୁଲିସ ଅଧିକାରୀଙ୍କ ସହ ରୁଦ୍ଧ କୋଠରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।

Comments are closed.