ମାଲକାନଗିରିରେ ପୁଲିସର କୁମ୍ବିଂ ଅପରେସନ; ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ଆଜି ମାଲକାନଗିରିରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣରେ ବିସ୍ଫୋରକ  ଓ ମାଓ ସାମଗ୍ରୀ ଜବତ କରାଯାଇଛି। ମାଥିଲି ଥାନା ଅଧିନସ୍ଥ ତୁଳସୀ ପାହାଡ ଅଞ୍ଚଳରେ ଥିବା କୀର୍ମିତି ଓ ଚାନ୍ଦିମେଟା ଗାଁ ଅଧୀନସ୍ତ ଜଙ୍ଗଲରେ ଡି ବି ଏଫ ଓ ଏସ ଓ ଜି ଯବାନମାନେ କୁମ୍ବିଂ କରୁଥିବା ସମୟରେ ମାଓବାଦୀମାନେ ଏହି  ଯବାନମାନଙ୍କୁ ଦେଖି ଗୁଳିଚାଳନା କରିଥିଲେ । ଏହାପରେ ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା  କରିଥିଲେ ତେବେ ଏହି ଗୁଳି ବିନିମୟରେ ମାଓ ନେତା ଉଦୟ ଓ ସୁରେଶ ଖସି ପଳାଇ ଥିବା ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି। ଘଞ୍ଚ ଜଙ୍ଗଲ ଆଡରେ ମାଓବାଦୀମାନେ ପଛ ଘୁଞ୍ଚା ଦେଇ ପଳାଇ ଯାଇଥିଲେ। ତେବେ ବର୍ତମାନ ମଧ୍ୟ ସେହି ଅଂଚଳରେ କୁମ୍ବିଂ ଚାଲିଥିବାବେଳେ ମାଓବାଦୀମାନେ ସଙ୍ଗଠନ ଛାଡି ମୁଖ୍ୟ ସ୍ରୋତ ରେ ସାମିଲ ପାଇଁ ଏସ ପି ଆହ୍ୱାନ ଦେଇଛନ୍ତି ।

Comments are closed.