ବିଷାକ୍ତ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ

ମାଲକାନଗିରି : ବିଷାକ୍ତ ଲସି ପିଇ ୧୦୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲାରେ। ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କୁର୍ତ୍ତୀ ଗାଁ ରେ ଗତ କାଲି ସାପ୍ତାହିକ ହାଟ ବସି ଥିଲା । ଆଉ ହାଟର ଏକ ଲସି ଦୋକାନ ରୁ ଅନେକ ଗ୍ରାମବାସୀ ଲସି ପିଇଥିଲେ।  ଲସି ପିଇ ଥିବା ଗ୍ରାମବାସୀ ମାନେ ଝାଡା ବାନ୍ତି ର ଶିକାର ହୋଇ ଅସୁସ୍ଥ ହୋଇ ପଡି ଥିଲେ। ଆଜି ସକାଳୁ ୬୦ ରୁ ଉର୍ଦ୍ଧ୍ବ ଅସୁସ୍ଥ ଙ୍କୁ ପଡିଆ ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ର କୁ ସ୍ଥାନାନ୍ତରିତ କରା ଯାଇଛି। ଏବେ ମଧ୍ୟ କୁର୍ତ୍ତୀ ସହ ପାଖ ଆଖ ଗାଁ ରୁ ଅସୁସ୍ଥ ଙ୍କୁ ଅଗ୍ନିଶମ କର୍ମକର୍ତ୍ତା ଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆକ୍ରାନ୍ତ ଙ୍କ ମଧ୍ୟ ରେ ଅଧିକାଂଶ ମହିଳା ଓ ଛୋଟ ପିଲା ଥିବା ଜଣା ପଜିଛି।

Comments are closed.