କରୋନା ଭୟ ; ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଜମଜ ଶିଶୁ ଓ ମାଆ

ମାଲକାନଗିରି : ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଶୁକ୍ରବାର ଖବର ମିଳିଛି। ଗ୍ରାମାଞ୍ଚଳ ନୁହେଁ ବରଂ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ଏହି ଘଟଣା। ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଧରି ନବଜାତ ଜମଜ ଶିଶୁ ଓ ମାଆ ଯନ୍ତ୍ରଣାରେ ଛଟଛଟ ହେଉଥିଲେ। ମାତ୍ର କରୋନା ପରୀକ୍ଷା ନହେଲେ ରୋଗୀଙ୍କୁ ନର୍ସ ସ୍ପର୍ଶ କରିବେ ନାହିଁ ବୋଲି ଜିଦ ଧରିଥିବା ନେଇ ଅଭିଯୋଗ ହୋଇଛି। ଏହାପରେ ଘଟଣା ବିଷୟରେ ମେଡିକାଲ ଏଡିଏମଓଙ୍କ ନିକଟରେ ପହଞ୍ଚିବା ପରେ କାର୍ଯ୍ୟରେ ଥିବା ଡାକ୍ତରଙ୍କ ହସ୍ତକ୍ଷେପ ପରେ ମାଆ ଓ ନବଜାତଙ୍କୁ ୱାର୍ଡକୁ ନିଆଯାଇଥିଲା ବୋଲି ସୂଚନା ମିଳିଛି।

 

Comments are closed.