ମାଲକାନଗିରି ପୁଲିସକୁ ବଡ ସଫଳତା ; ବ୍ୟାପକ ଗୁଳି ଓ ବୋମା ଜବତ

ମାଲକାନଗିରି :  ମାଲକାନଗିରି ଜିଲା ପୁଲିସକୁ ତଲାସି ଅଭିଯାନ ସମୟରେ ବଡ ସଫଳତା ମିଳିଥିବା ଗୁରୁବାର ଜଣାପଡ଼ିଛି। ତଲାସି ଅଭିଯାନ ସମୟରେ ପୁଲିସ ଦ୍ୱାରା ବ୍ୟାପକ ଗୁଳି ଓ ବୋମା ଜବତ ହୋଇଛି। ମାଲକାନଗିରି ଜିଲା  ସ୍ୱାଭିମାନ ଅଞ୍ଚଳର ଏସ ଓ ଜି, ବିଏସଏଫ ଓ ଡିଭିଏଫ ର ମିଳିତ ସର୍ଚ୍ଚ ଅପରେସନ ବେଳେ ଅଣ୍ଡରାପାଲି ନିକଟରେ ସୁରକ୍ଷା କର୍ମୀଙ୍କୁ ହ୍ୟାଣ୍ଡ ଗ୍ରେନେଡ଼ , ବହୁ ଥ୍ରୀନଟ ଥ୍ରୀ ଓ ନାଇନ ଏମ ଏମ ଗୁଳି ଜବତ ହୋଇଛି । ମାଓବାଦୀଙ୍କ ଦ୍ଵାରା ଏହି ମାଓ ସାମଗ୍ରୀ ଲୁକ୍କାୟିତ ଭାବେ ରଖାଯାଇଥିବା ବେଳେ ପୁଲିସ ଏହାକୁ ଜବତ କରିଛି। ତେବେ ଏହା ମାଓବାଦୀଙ୍କ ଏକ ଯୋଜନାକୁ ପଣ୍ଡ କରିବା ସହ ଶକ୍ତ ଝଟକା ଦେଇଛି ।

Comments are closed.