ପୁଲିସ-ମାଓବାଦୀ ମୁହାଁମୁହିଁ ; ଗୁଳିବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ରବିବାର ଜଣାପଡ଼ିଛି। ସ୍ୱାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁ ରହିଛି। ମାଲକାନଗିରି ଏସଓଜି, ଡି ଭି ଏଫ ଓ ଆନ୍ଧ୍ର ଗ୍ରେହଣ୍ଡଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା ଏବଂ ପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଗତ ୧୬ ଜୁଲାଇ ରେ ମଧ୍ୟ ସ୍ୱାଭିମାନ ଅଞ୍ଚଳରେ ଗୁଳିବିନିମୟ ହୋଇଥିବା ବେଳେ ପୁଲିସ ଦ୍ୱାରା ବ୍ୟପକ ମାଓ ସାମଗ୍ରୀ ଜବତ ହୋଇଥିଲା । ସେହି ଗୁଳିବିନିମୟ ସମୟରେ ମାଓ ନେତା ଆର କେ ଓ ଆନ୍ଧୁରୁ ଖସି ପଳାଇଥିଲେ ତେବେ ବର୍ତ୍ତମାନ ପୁଣି ପୁଲିସର ସର୍ଚ୍ଚ ଅପରେସନ ସହ  ଏହି ଗୁଳିବିନିମୟ ଜାରି ରହିଛି ବୋଲି ସୂଚନା ମିଳିଛି।

Comments are closed.