ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

ମାଲକାନଗିରି : ମାଲକାନଗିରି ଜିଲା ଅନ୍ତର୍ଗତ ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ରବିବାର ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଚେତାବନୀ ବନାମ ସଚେତନତାର ପୋଷ୍ଟର ଲାଗିଥିବା ସହ ପୁଲିସ ଓ ପ୍ରଶାସନ ଠାରୁ ଦୂରେଇ ରହିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟରରେ ଗ୍ରାମବାସୀଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି।
ଏହାସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ ମାଓ ବିରୋଧୀ ପୋଷ୍ଟର ଲାଗିଛି। ବିକାଶରେ ମାଓବାଦୀ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। କିଛି ଦିନ ତଳେ ଜଣେ ମାଓବାଦୀଙ୍କୁ ଗାଁ ଲୋକେ ପିଟିପିଟି ହତ୍ୟା କରିବା ପରେ ଗ୍ରାମବାସୀ-ମାଓବାଦୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ନେଇ ସୂଚନା ମିଳିଛି।

Comments are closed.