କରୋନା ସଂକ୍ରମଣ ଓ ପରିତ୍ୟାକ୍ତ ଖାଦ୍ୟ ଖାଇ ୧୦ ରୁ ଉର୍ଦ୍ଧ ମାଓବାଦୀ ମୃତ

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଓ ଦନ୍ତେୱାଡାର ଗାଙ୍ଗଲୁର ଅଞ୍ଚଳରେ ୧୦ ରୁ ଉର୍ଦ୍ଧ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି । ସୁକମା ଓ ଦନ୍ତେବାଡା ଜିଲ୍ଲା ସୀମାନ୍ତ ଗାଙ୍ଗାଲୁର୍ ଅଞ୍ଚଳରେ ଗତ କିଛି ଦିନ ଧରି ପ୍ରାୟ ୫୦୦ରୁ ଉର୍ଦ୍ଧ ମାଓବାଦୀ ମାନେ ଏକତ୍ରିତ ହୋଇଥିଲେ ।  ସେଠାରେ ମାଓବାଦୀ ମାନେ ପରିତ୍ୟାକ୍ତ ଖାଦ୍ୟ ଓ ଔଷଧ ଖାଇ ଥିବା ବେଳେ ସାମାଜିକ  ଦୂରତା ବଜାୟ ରଖିନଥିଲେ, ଫଳରେ ସେଠାରେ ଦୂଷିତ ଖାଦ୍ୟ ଓ କରୋନା ସଂକ୍ରମଣରେ ୧୦ରୁ ଉର୍ଦ୍ଧ ମାଓବାଦୀ ମୃତ୍ୟୁ ବରଣ କରିଥିବା ଦନ୍ତେବାଡା ଏସ୍ ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।
ଏହି ଘଟଣାରେ କିଛି କ୍ୟାଡର ମାଓବାଦୀ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ମାଓବାଦୀ ମାନେ ଗ୍ରାମାଞ୍ଚଳରେ ଯାଇ ଲୋକଙ୍କ ଗହଣରେ ସଭା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିବା ସହ ଔଷଧ ଓ ଟିକା ଖୋଜୁଥିବା ଜଣା ପଡିଛି । ଏଥିରେ ଗ୍ରାମାଞ୍ଚଳରେ ମଧ୍ୟ ସଙ୍କ୍ରମଣ ବ୍ୟାପିବାର ଆଶଙ୍କା କରାଯାଉଛି । ତେବେ ମାଓବାଦୀ ମାନେ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେଲେ ସମସ୍ତ ସରକାରୀ ସହାୟତା ପାଇବା ସହ ଉନ୍ନତ ମାନର ଚିକିତ୍ସାର ବ୍ୟବସ୍ଥା କରାଯିବ ବୋଲି ଏସପି ଶ୍ରୀଯୁକ୍ତ ପଲ୍ଲବ ସୂଚନା ଦେଇଛନ୍ତି।

Comments are closed.