ଏବେ ବି ଆଦିବାସୀ ଖାଉଛନ୍ତି ବଣଚାକୁଣ୍ଡl ଓ ଜଙ୍ଗଲି କନ୍ଦା : ପୁଣି ଫେରିବ ଜାପାନୀ ଜ୍ବର !

ମାଲକାନଗିରି : ଜାପାନୀ ଜ୍ବରକୁ ନେଇ ଚର୍ଚ୍ଚିତ ମାଲକାନଗିରି ଜିଲାରେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ା ଆଦିବାସୀ ସେମାନଙ୍କ ପୁରୁଣା ଅଭ୍ୟାସ ଛାଡ଼ୁ ନ ଥିବା ଯୋଗୁଁ ପୁଣିଥରେ ଏହି ଜିଲାରେ ଜାପାନୀ ଜ୍ବର ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି। ପାରମ୍ପରିକ ଖାଦ୍ୟାଭ୍ୟାସ ଓ ସଚେତନତାର ଅଭାବ ଏଭଳି ରୋଗର କାରଣ ହେଉଥିଲେ ମଧ୍ୟ ଏହାକୁ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ରୋକିପାରୁନାହିଁ।

ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ଉପକୃତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକେ। ତେବେ ସଚେତନତା ଓ ଅଭାବୀ ଯୋଗୁଁ କିଛି ସ୍ଥାନରେ ଏବେ ବି ଲୋକେ ବିଷାକ୍ତ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। କିଛି ଲୋକେ ବହୁ ଦୂର ସ୍ଥାନକୁ ରାସନ ସାମଗ୍ରୀ ଆଣିବାକୁ ପଡ଼ୁଥିବା, ଆଉ କିଛି ଲୋକ ମିଳୁଥିବା ରାସନ ର ନିଅଣ୍ଟ ଯୋଗୁଁ ଏଭଳି ଅଖାଦ୍ୟ ଉପରେ ନିର୍ଭର କରୁଛନ୍ତି।  ଆଉ କିଛି ଲୋକେ ସଚେତନତା ଅଭାବରୁ ଅଖାଦ୍ୟ ଖାଉଥିବା ବେଳେ ବଜାରରେ ଏବେ ଏହାର ବିକ୍ରୟ ମଧ୍ୟ କରାଯାଉଛି। ଏସବୁ କୁ ପ୍ରଶାସନ କିଭଳି ଅଣଦେଖା କରୁଛି। ବଣ ଚାକୁଣ୍ଡା ଓ ଜଙ୍ଗଲୀ କନ୍ଦା ଆଦିମ ଆଦିବାସୀଙ୍କ ପାଇଁ ଦିନେ ଥିଲା ପ୍ରମୁଖ ଖାଦ୍ୟ। ତେବେ ସରକାର ଓ ପ୍ରଶାସନ ଏହି ଖାଦ୍ୟ ଖାଇବାକୁ ବାରଣ କଲେ ଏବଂ ଏହି ଖାଦ୍ୟ ବିଷାକ୍ତ କହି ପୋଷ୍ଟର ମଧ୍ୟ ମାରିଲେ। ଲୋକଙ୍କୁ ସଚେତନ କରିବା ପାଇଁ ଡାକଵାଜି ଯନ୍ତ୍ର ମଧ୍ୟ ବ୍ୟବହାର କରାଗଲା। କାରଣ ଜାପାନୀ ଜ୍ୱରର ପ୍ରମୁଖ କାରଣ ବୋଲି ଏହି ବଣ ଚାକୁଣ୍ଡାକୁ କୁହାଗଲା। ତଥାପି ମଧ୍ୟ ସଚେତନ ହୋଇପାରିନାହାନ୍ତି ମାଲକାନଗିରି ଜିଲାର ଆଦିମ ଆଦିବାସୀ। ଏବେ ବି ଲୋକେ ବଣ ଚାକୁଣ୍ଡାକୁ ନିଜ ଖାଦ୍ୟ ଭାବେ ଅପଣାଇଥିବା ବେଳେ ଏହାକୁ ବଜାରରେ ମଧ୍ୟ ବିକ୍ରୟ କରାଯାଉଥିବା ଦେଖିବାକୁ ମିଳୁଛି। ମାଲକାନଗିରି ଜିଲା ବଣ୍ଡାଘାଟି, ତୁଳସୀଘାଟି, ମହୁପଦର, ଧାକଡ଼ ରାଶି ଏଭଳି ମାଥିଲି ଏବଂ ଖଇରପୁଟ ବ୍ଲକରେ ବିଭିନ୍ନ ସ୍ଥାନରେ ଏହି ବଣ ଚାକୁଣ୍ଡା ଓ ଜଙ୍ଗଲୀ କନ୍ଦାକୁ ଲୋକେ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି। କିଛି ଲୋକେ ପାଉଥିବା ୨୫ କେଜି ଚାଉଳ ନିଜ ପରିବାର ପାଇଁ ନିଅଣ୍ଟ ପଡୁଥିବାବେଳେ ଏହି ଜଙ୍ଗଲୀ କନ୍ଦାକୁ ପ୍ରମୁଖ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି। ଏପଟେ ଏହି ଜଙ୍ଗଲୀ ଖାଦ୍ୟ କୁ ବିଷାକ୍ତ ବୋଲି କାହାଯାଉଥିବା ବେଳେ ଲୋକେ ଏହାକୁ କିଭଳି ଖାଉଛନ୍ତି ଓ ଏହା ପ୍ରଶାସନର ନଜରକୁ କିଭଳି ଆସୁନାହିଁ ତାହା ଏବେ ବଡ଼ ପ୍ରଶ୍ନ। ଚାକୁଣ୍ଡା କୁ ଲୋକେ ବଜାର ରେ ବ୍ୟବହାର ମଧ୍ୟ କରୁଛନ୍ତି। ବଣ୍ଡା ଘାଟିରେ ଏଭଳି ଅନେକ ସ୍ଥାନ ରେ ଏହି ଜଙ୍ଗଲୀ କନ୍ଦାକୁ ଲୋକେ ଖାଉଥିବା ଦେଖିବାକୁ ମିଳୁଛି।  ଏପଟେ ସ୍ଥାନୀୟ ବିଡିଓ ଓ ଡାକ୍ତର ଏହି ଖାଦ୍ୟ ଗୁଡିକୁ ବିରୋଧ କରିଛନ୍ତି ଏବଂ ଖାଇବାକୁ ମଧ୍ୟ ବାରଣ କରିଛନ୍ତି। କିଛି ସ୍ଥାନ ରେ ଯେଉଁ ସଚେତନ ର ଅଭାବ ଅଛି ତାହାକୁ ଆହୁରି ଅଧିକ ଅଗ୍ରସର କରାଯିବ ବୋଲି କହିଛନ୍ତି।

 

Comments are closed.