ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଉପସ୍ଥିତିରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ମାଲକାନଗିରି ଗସ୍ତରେ ଯାଇଛନ୍ତି। ମାଓବାଦୀଙ୍କ ସ୍ଥିତି ସମୀକ୍ଷା ନେଇ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଥାନା ଅନ୍ତର୍ଗତ ଟେମୃପାଲିରେ ପହଞ୍ଚି ସାରିଛନ୍ତି। ଏହାସହ ପୁଲିସ ଡିଜିଙ୍କ ଉପସ୍ଥିତିରେ ୨ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି।
ଟେମୃପାଲି ଠାରେ ଥିବା ବିଏସଏଫ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ସହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ମାଲକାନଗିରି ବରିଷ୍ଠ ପୁଲିସ ଓ ବିଏସଏଫ ଅଧିକାରୀଙ୍କ ସହ ଡିଜି ବୈଠକ କରିଛନ୍ତି।

Comments are closed.