ମାଳଦ୍ବୀପ ସଂସଦକୁ ସମ୍ବୋଧିତ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାଳଦ୍ବୀପ ପକ୍ଷରୁ ଏହାର ସଂସଦରେ ଉଦ୍‌ବୋଧନ ଦେବା ନିମନ୍ତେ ବୁଧବାର ଆମନ୍ତ୍ରଣ କରାଯାଇଛି। ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପୂର୍ବରୁ ଏହା ତାଙ୍କ ସରକାର ପାଇଁ କୂଟନୈତିକ କ୍ଷେତ୍ରରେ ଏକ ବୃହତ ସଫଳତା ବୋଲି କୁହାଯାଉଛି। ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ପୁନଃ ଶପଥ ପାଠ କରିବା ପରେ ମୋଦୀ ଦ୍ବିପାକ୍ଷିକ ଗସ୍ତ କ୍ରମେ ପ୍ରଥମେ ମାଳଦ୍ବୀପ ଯିବେ। ମୋଦୀଙ୍କୁ ଆମନ୍ତ୍ରଣ କରିବା ନେଇ ମାଳଦ୍ବୀପ ସଂସଦରେ ସର୍ବସମ୍ମତିକ୍ରମେ ସଂକଳ୍ପନାମା ଗୃହିତ ହୋଇଥିବା ସେଠାକାର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହିଦ ସୂଚନା ଦେଇଛନ୍ତି। ମୋଦୀ ୨୦୧୮ ନଭେମ୍ବରରେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ଏହା ପରେ ଡିସେମ୍ବରରେ ସୋଲି ଭାରତ ଆସିଥିଲେ।

Comments are closed.