ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ : ଆଜିଠାରୁ ଭାରତର ଅଭିଯାନ

କ୍ୱାଲାଲାମ୍ପୁର : ଭାରତର ପି.ବି. ସିନ୍ଧୁ କ୍ୱାଲାଲାମ୍ପୁରରେ ଆରମ୍ଭ ହେଉଥିବା ମାଲେସିଆ ମାଷ୍ଟର୍ସ ସୁପର୍‍ ଫାଇଭ୍‍ ହଣ୍ଡ୍ରେଡ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବୁଧବାରଠାରୁ ନିଜର ଅଭିଯାନ ଆରମ୍ଭ କରିବେ। ମହିଳା ସିଙ୍ଗିଲ୍‍ସ ବର୍ଗରେ ବିଶ୍ୱର ଷଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ସିନ୍ଧୁ ରୁଷ୍‍ର ଏଭ୍‍ଜେରିଆ କୋସେଟ୍‍ସ୍କାୟାଙ୍କୁ ଭେଟିବାକୁ ଥିବାବେଳେ ସାଇନା ନେହୱାଲ ବେଲ୍‍ଜିୟମ୍‍ର ଲିଆନେ ତାନ୍‍ଙ୍କ ସହ ମୁକାବିଲା କରିବେ।
ଅନ୍ୟପକ୍ଷରେ ପୁରୁଷ ସିଙ୍ଗିଲ୍‍ସ ବିଭାଗରେ ବି.ସାଇପ୍ରଣୀତ ଡେନ୍‍ମାର୍କର ରାସ୍‍ମୁସ୍‍ ଗେମ୍‍କେ ଏବଂ ସମୀର ବର୍ମା ଥାଇଲାଣ୍ଡର
କାନ୍ତାଫୋନ୍‍ ୱାଙ୍ଗ୍‍ଚାରୋଏଙ୍ଗ୍‍ଙ୍କ ସହ ମୁକାବିଲା କରିବେ। ପାରୁପଲୀ କାଶ୍ୟପ ଜାପାନର କେନ୍ତୋ ମୋମୋତା ଏବଂ ଏଚ୍‍.ଏସ୍‍. ପ୍ରଣୟ ଜାପାନର କାନ୍ତା ସୁନେୟାମାଙ୍କ ସହ ମୁକାବିଲା କରିବେ। ସେହିଭଳି ମିକ୍ସଡ ଡବଲ୍‍ସରେ ଭାରତର ପ୍ରଣବ ଜେରି ଚୋପ୍ରା ଏବଂ ଏନ୍‍. ସିକ୍କି ରେଡିଙ୍କ ଯୋଡ଼ି ଆଜିଠାରୁ ଏହି ପ୍ରତିଯୋଗିତାରେ ନିଜର ଅଭିଯାନ ଆରମ୍ଭ କରିବେ।

Comments are closed.