ମାଲକାନଗିରିରେ ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ଧାରଣା – ସମର୍ଥନ ଜଣାଇଲେ ଜିଲ୍ଲା ଓକିଲ ଏବଂ ଆଦିବାସୀ ସଂଘ

ମାଲକାନଗିରି – ମାଲକାନଗିରି ଜିଲ୍ଲାର ପାଞ୍ଚଜଣ ସାମ୍ବାଦିକଙ୍କୁ ବିନା କାରଣରେ ଏବଂ ସତ୍ୟ ଖବର ପରିବେଷଣ କରିବାରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଷଡ଼ଯନ୍ତ୍ର କରି ଆକ୍ରୋଶ ମୂଳକ ଭାବେ ଗିରଫ କରି ଜେଲ ପଠାଇଥିବା ଅଭିଯୋଗ । ଘଟଣାକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ସମସ୍ତ ସାମ୍ବାଦିକ ଏକାଠି ହୋଇ ଆଦର୍ଶ ଥାନା ସମ୍ମୁଖରେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି । ଯେଉଁ ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କ ପକ୍ଷରୁ ଡାକ୍ତର ଙ୍କ ବିରୁଦ୍ଧରେ ଦିଆଯାଇଥିବା ପାଞ୍ଚଟି ମାମଲା ରୁଜୁ ଏବଂ ଉକ୍ତ ଡାକ୍ତରମାନଙ୍କୁ ଗିରଫ କରାନଯାଇଛି ଏହି ଧାରଣା ଜାରି ରହିବ ବୋଲି ଆନ୍ଦୋଳନ କାରୀ ଗଣ ମାଧ୍ୟମର ପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି ।

ରାତି ଅଧରେ ସାମ୍ବାଦିକମାନଙ୍କୁ ପୋଲସ ଆକ୍ରୋଶ ମୂଳକ ମନୋଭାଵ ରଖି ଗିରଫ କରିଥିବା ଅଭିଯୋଗ ହୋଇଛି । ସାମ୍ବାଦିକଙ୍କ ସମର୍ଥନ ରେ ଜିଲା ଓକିଲ ସଂଘ ଆଦିବାସୀ ସଂଘ ସମସ୍ତ ବୁଦ୍ଧିଜୀବୀ ସମର୍ଥନ ଜଣାଇ ଥିଲେ ।ବରିଷ୍ଟ ସାମ୍ବାଦିକ ଦେବ ପ୍ରସାଦ ଦାସ ,ଦୁର୍ଯ୍ୟଧାନ ପାତ୍ର, ଜିତେନ୍ଦ୍ର ବେଉରା, ଦେଵବ୍ରତ ସାନା ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନ ଜାରି ରହିଛି ।

Comments are closed.