ମାତିଲେ ମାଓବାଦୀ; ଜାଳିଦେଲେ ଯାତ୍ରୀବାହୀ ବସ୍‌

ମାଲଗାନଗିରି: ପୁଣି ମାତିଲେ ଲାଲ ବାହିନୀ । ଦୀର୍ଘ ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ନବରଙ୍ଗପୁର ଜିଲା ଉମରକୋଟ ଠାରୁ ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିବା ଗୁପ୍ତା ନାମକ ଏକ ଘରେଇ  ବସକୁ ମାଓବାଦୀମାନେ ଜାଳିଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶ ର୍କାତୁରୁ ପ୍ରାୟ ୨୦ ଜଣ ସଶସ୍ତ୍ର ମାଓବାଦୀ ବସକୁ  ଅଟକାଇବା ସହ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ପରେ ବସରୁ ଡିଜେଲ କାଢି ବସରେ ନିଆଁ ଲଗାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ମାଓବାଦୀ ଦମନ ନୀତିକୁ ବିରୋଧ କରି ଆଜି ମାଓବାଦୀ ମାନେ ଦଂଡାକରଣ୍ୟ ବନ୍ଦ ଡାକରା ଦେଇଛନ୍ତି । ମୁଖ୍ୟ ରାଜପଥରେ ଏଭଳି କାଣ୍ଡ କରି ପୁଲିସକୁ କଡା ଚେଲେଞ୍ଜ ଦେଇଛି ଲାଲ ବାହିନୀ । ଏହି ଘଟଣା ପରେ ସକାଳୁ ପୁଲିସ ଓ ସିଅରପିଏଫ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି କୁମ୍ବିଂ ଅପ୍ରେସନ କୁ ଜୋରଦାର କରାଯାଇଛି ।

Comments are closed.