ଏହିବାରରୁ ଖରମାସ ବା ମଳମାସ ଆରମ୍ଭ – ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୫ଟି କାମ

ମାର୍ଗଶୀର ମାସ ଶୁକ୍ଳ ପକ୍ଷର ଦ୍ୱାଦଶୀ ବା ଗୁରୁବାର ୨୦୨୧ ଡିସେମ୍ବର ୧୬ ତାରିଖରୁ ମଳମାସ ଆରମ୍ଭ ହେଉଛି । ଏହା ୨୦୨୨ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେବେ ଭଗବାନ ସୂର୍ଯ୍ୟ ବୃହସ୍ପତିଙ୍କ ରାଶି ମୀନ ଏବଂ ଧନୁରେ ଗୋଚର କରନ୍ତି ସେହି ସମୟରେ ମଳ ମାସ ହୋଇଥାଏ । ହିନ୍ଦୁ ଧର୍ମମାସ ଅନୁସାରେ ମଳ ମାସ ବା ଖରମାସରେ କୌଣସି ମାଙ୍ଗଳିକ କାର୍ଯ୍ୟ ବା ଶୁଭ କାର୍ଯ୍ୟ କରାଯାଏ ନାହିଁ ।

ହିନ୍ଦୁ ଧର୍ମ ସହ ଅନେକ ଦେଶର ସଂସ୍କୃତି ପରମ୍ପରା ସହ ଏହି ଶୁଭା ଶୁଭ ସମୟ ଜଡ଼ିତ । ଦିନ ରାତି ,ମାସ ଋତୁ ସୂର୍ଯ୍ୟ ପରାଗ , ଚନ୍ଦ୍ର ଗ୍ରହଣ , ଅମାବାସ୍ୟା ଏବଂ ପୂର୍ଣ୍ଣିମା ପରି ଏହି ମଳ ମାସର ମଧ୍ୟ ପ୍ରଭାବ ରହିଥିବା କଥା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ।

ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗୋଚର କରିବା ଦିନ ହେଉଛି ସଂକ୍ରାନ୍ତି । ରାଶି ଅନୁସାରେ ସୂର୍ଯ୍ୟଙ୍କ ସ୍ଥାନ ପରିବର୍ତ୍ତନ ହୋଇଥାଏ । ବୃହଷ୍ପତି ନିଜ ରାଶିରେ ପ୍ରବେଶ କରିବାକୁ ଅଶୁଭ ବୋଲି କୁହାଯାଇଥାଏ । ଏହାକୁ ସୂର୍ଯ୍ୟଙ୍କ ମଳିନ ବୋଲି କୁହାଯାଇଥାଏ । ତେଣୁ ମଳମାସ ରୂପେ ଏହାକୁ ଗଣନା କରାଯାଏ । ଏହି ସମୟରେ ସୂର୍ଯ୍ୟଙ୍କ ସ୍ୱଭାବ ଉଗ୍ର ରହିଥାଏ । ଏଥିପାଇଁ ଶୁଭ କାର୍ଯ୍ୟ କରାଯାଏ ନାହିଁ ।

 

ଏହି ସମୟରେ ବିବାହ, ଗୃହ ନିର୍ମାଣ , ନୂଆ ବ୍ୟବସାୟ ଧାର୍ମିକ ଅନୁଷ୍ଠାନ ଏବଂ ମଙ୍ଗଲ କାର୍ଯ୍ୟ କରାଯାଏ ନାହିଁ ।

Comments are closed.