ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ : ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ଦେଲା ଭାରତ

ସେମିଫାଇନାଲ ଆଶାରେ ଦୁଇଦଳ

କେପ୍‌ଟାଉନ  : ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ  ଗ୍ରୁପ-ବିର ଏକ ଲିଗ୍‌ ମ୍ୟାଚ ଆଉ କିଛି ସମୟ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେଣ୍ଟ ଜଜ୍‌ ପାର୍କରେ ଖେଳାଯିବ। ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି।

ମ୍ୟାଚକୁ ଜିତି ଉଭୟ ଦଳ ଗ୍ରୁପରେ ଶୀର୍ଷ ସ୍ଥାନ ସହ ସେମିଫାଇନାଲ ନିଶ୍ଚିତ କରିବା ଲକ୍ଷ୍ୟ ରଖିଛନ୍ତି । ହରମାନପ୍ରୀତ କୌରଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ୭ ୱିକେଟରେ ପାକିସ୍ତାନକୁ ଓ ଦ୍ବିତୀୟ ମ୍ୟାଚରେ ୬ ୱିକେଟରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ବ୍ୟାଟିଂରେ ଜେମିମା ରୋଡିଗ୍ବେଜ ଦୁଇଟି ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକ ସହ ୫୪, ଶେଫାଳି ବର୍ମା ୬୧, ସ୍ମୃତି ମାନ୍ଧାନା ୧୦, ହରମନପ୍ରୀତ କୌର ୪୯ ଓ ରିଚା ଘୋଷ ୭୫ରନ କରିଛନ୍ତି। ବୋଲିଂରେ ଦୀପ୍ତି ଶର୍ମା ଓ ରାଧା ଯାଦବ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ଇଂଲଣ୍ଡକୁ ହରାଇବା ନେଇ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍‌କୁ ୭ ୱିକେଟ ଓ ଦ୍ବିତୀୟ ମ୍ୟାଚରେ ଆୟରଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି।

Comments are closed.