ମକର ସଂକ୍ରାନ୍ତି : ମିଠା ବଚନ କୁହନ୍ତୁ

ଆଉ ଅଳ୍ପ ଦିନ ରହିଲା ମକର ସଂକ୍ରାନ୍ତି ।ଏହାର ଧାର୍ମିକ, ଜ୍ୟୋତିଷ ଓ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଏହି ଦିନ ଦାନ, ସ୍ନାନ ଆଦିର ବହୁ ବିଶେଷ ମହତ୍ତ୍ୱ ରହିଛି। ମାତ୍ର ଏହି ଦିନରେ ଏପରି କେତେକ କାର୍ୟ୍ୟ ରହିଛି, ଯାହାକୁ କରିବାକୁ ବାରଣ କରାଯାଇଛି
– ବହୁ ଲୋକଙ୍କ ଅଭ୍ୟାସ ସେମାନେ ବିନା ସ୍ନାନରେ ଚା’ ପିଇବା କିମ୍ବା ବିସ୍କୁଟ ଖାଇଥାଆନ୍ତି। ମାତ୍ର ମକର ସଂକ୍ରାନ୍ତିରେ ଏପରି କରିବା ଆଦୌ ଉଚିତ ନୁହେଁ। ଏହି ଦିନ ସ୍ନାନ କରି ପୂଜାର୍ଚ୍ଚନା କରିବା ପରେ ହିଁ ଖାଆନ୍ତୁ।
– ଏହି ଦିନ ରସୁଣ, ପିଆଜ, ଆମିଷ ଆଦି ଖାଇବା ଉଚିତ ନୁହେଁ।
– ଏହି ଦିନ କୌଣସି ନିଶା ଦ୍ରବ୍ୟର ସେବନ କରନ୍ତୁ ନାହିଁ।
–ଏହି ଦିନ ରାଶିରେ ପ୍ରସ୍ତୁତ ଖାଦ୍ୟ, ମୁଗ ଡ଼ାଲି, ଚାଉଳରେ ପ୍ରସ୍ତୁତ ଖେଚୁଡ଼ି ଆଦି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ।
– ଏହି ଦିନ ଅସହାୟ ବ୍ୟକ୍ତିଙ୍କ ଦାନ ମଧ୍ୟ କରନ୍ତୁ।
– ଏହି ଦିନ ଆଦୌ କ୍ରୋଧ କରନ୍ତୁ ନାହିଁ।
– ମିଠା ବଚନ କୁହନ୍ତୁ।
– ମାନ୍ୟତା ଅନୁଯାୟୀ, ଏହି ଦିନ କୌଣସି ବୃକ୍ଷର କ୍ଷତି କରନ୍ତୁ ନାହିଁ।
– ସୂର୍ୟ୍ୟଦେବତାଙ୍କ ବିଶେଷ କୃପା ପାଇଁ ଏହି ଦିନ ସୂର୍ୟ୍ୟାସ୍ତ ପରେ ଭୋଜନ ଗ୍ରହଣ କରନ୍ତୁ ନାହିଁ।

Comments are closed.