ଦେଉଳଗୁଡ଼ି ଭଜନ ମଣ୍ଡଳୀରେ ମକର ସଂକ୍ରାନ୍ତି ପାଳିତ

ଗୁଡଭେଲା: ଶ୍ରୀ ସତ୍ୟ ସାଇ ତୁଷୁରା ସମିତି ଅନ୍ତର୍ଗତ ଦେଉଳଗୁଡ଼ି ଭଜନ ମଣ୍ଡଳୀରେ ପବିତ୍ର ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ପୂଜାର୍ଚ୍ଚନା ଏବଂ ପରିକ୍ରମା ସାଙ୍ଗକୁ ପବିତ୍ର ଦିବ୍ୟ ଧ୍ୟାନ ବଟ ବୃକ୍ଷ ପ୍ରତିଷ୍ଠା ଦିବସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଇ ସଙ୍ଗଠନର ଆବାହକ ଶ୍ରୀବତ୍ସ ରଣା, ଜିଲା ସଂଯୋଜକ ରମେଶ ଚନ୍ଦ୍ର ପାଣିଗ୍ରାହୀ ଓ ନୂତନ ଆବାହକ ପ୍ରଦୀପ୍ତ କିଶୋର ସାହୁ ଓ ଶିବ ମନ୍ଦିର ପୁଜକ ବିନୋଦ ବିହାରୀ ଥାନପତି ଓ ରାମଜୀ ମନହିରା ଉପସ୍ଥିତ ଥିଲେ।

Comments are closed.