ମୁମ୍ବଇରେ ୭୦ କରୋନା ରୋଗୀ ନିଖୋଜ

ମୁମ୍ବଇ : କରୋନା ସଂକ୍ରମଣର ହଟସ୍ପଟ ଭାବେ ଚିହ୍ନିତ ମୁମ୍ବଇରୁ ୭୦ ଜଣ କରୋନା ରୋଗୀ ନିଖୋଜ ହୋଇଯାଇଛନ୍ତି। ନିଖୋଜ ରୋଗୀଙ୍କୁ ଠାବ କରିବା ଲାଗି ପୁଲିସର ସହାୟତା ଲୋଡାଯାଇଛି। ବ୍ରିହାନମୁମ୍ବଇ କର୍ପୋରେସନ (ବିଏମସି) ଅଧୀନ​‌ରେ ଚିହ୍ନଟ ହୋଇଥିବା ୭୦ କରୋନା ପଜିଟିଭଙ୍କୁ ହସ୍ପିଟାଲ ଆଣି ଚିକିତ୍ସା କରିବାକୁ ଯୋଗାଯୋଗ କରାଯାଇଥିବାବେଳେ ସେମାନଙ୍କ ଠାବ କରାଯାଇପାରି ନଥିଲା। ସଂକ୍ରମିତମାନେ ଦେଇଥିବା ଫୋନ ଓ ଘର ଠିକଣା ସମ୍ପୂର୍ଣ୍ଣ ଭୁଲ୍‌ ଥିଲା। ନିଖୋଜ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ମୁମ୍ବଇର ମାଲଦା ଅଞ୍ଚଳର ଯାହା ସହରର ସବୁଠାରୁ ସଂକ୍ରମିତ ଅଞ୍ଚଳ। ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଅସଲାମ ଶେଖ କହିଛନ୍ତି ଯେ ରୋଗୀମାନଙ୍କୁ ଠାବ କରିବାରେ ଆମେ ବିଫଳ ହୋଇଛୁ; ମାତ୍ର ସେମାନେ ନିଖୋଜ ହୋଇନାହାନ୍ତି। ସଂକ୍ରମିତଙ୍କ ଫୋନ ଓ ଠିକଣା ଲେଖିବାରେ ଭୁଲ୍ ରହିଥାଇପାରେ; କାରଣ ଅଧିକାଂଶ ଠିକଣା ବସ୍ତି ଅଞ୍ଚଳର।

Comments are closed.